“ଭାରତ ଜୋଡ ଯାତ୍ରା” ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ

“ଭାରତ ଜୋଡ ଯାତ୍ରା” ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟ କର୍ତ୍ତା ସମ୍ମିଳନୀର ଆୟୋଜନ କରାଯାଇଥିଲା । ରାହୁଲ ଗାନ୍ଧୀଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଥିବା କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ପ୍ରାୟେ ୪୦୦୦ କି ମି ରୁ ଉର୍ଦ୍ଧ ଯାତ୍ରା ର ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗତ ୩ ତାରିଖ ଦିନ ବୌଦ୍ଧ ଠାରେ ଅନୁଷ୍ଠିତ ଜନ ଜାଗରଣ ସଭା ରେ ଡ. ଏ ଚେ ଲ୍ଲ। କୁମାର ଙ୍କ ଦ୍ଵାରା ଉଦ୍ ଘାଟନ ହୋଇଥିବା “ଆମ ଗାଁ କଂଗ୍ରେସ” କମିଟି ର ଲୋଗୋ ର ଏକ ପ୍ରଚାର ପତ୍ର କୁ ଉପସ୍ଥିତ ବରିଷ୍ଟ କଂଗ୍ରେସ ନେତା ଶ୍ରୀ ନାରାୟଣ ପ୍ରସାଦ ପରିଜା ଓ ଶ୍ରୀ ସୁଧିର କର୍ଣ୍ଣ ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ପ୍ରକାଶ ଥାଉକୁ ଉକ୍ତ ଆମ ଗାଁ କଂଗ୍ରେସ ପ୍ରକଳ୍ପ ବୌଦ୍ଧ ଜିଲ୍ଲା ସର୍ବ ପ୍ରଥମେ ଉଦଘାଟନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶା ର ଅନ୍ୟ ସମସ୍ତ ଜିଲ୍ଲା ରେ କାର୍ଯକାରୀ କରାଯିବ।
ଆଜିର ସବୁ କାର୍ଯକ୍ରମ ଜିଲ୍ଲା ସଭାପତି ନବ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବା ସହିତ ସର୍ବ ଶ୍ରୀ ଶାନ୍ତନୁ ମହାପାତ୍ର, ରା ଏ ସଞ୍ଜୀବ କୁମାର ଦେଓ, ପଙ୍କଜ କର୍ଣ୍ଣ, ସମରେନ୍ଦ୍ର ମହାକୁଡ, ନୀତିଶ ମେହେର, ପ୍ରଦୀପ ବେହେରା, ବେଣୁଧର ମେହେର, ଜୟନ୍ତ ପାଣିଗ୍ରାହୀ, ପୋଳସ୍ତି ପ୍ରଧାନ, ଶିବ ବେହେରା, ପ୍ରମିଲ ସେଥି ପ୍ରଭୃତି ଅଂଶ ଗ୍ରହଣ କରିଥିଲେ।

You May Also Like

More From Author

+ There are no comments

Add yours