Wed. Oct 14th, 2026
ଆଜି ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି ତିର୍ତ୍ତୋଲ ପକ୍ଷରୁ ବୀଣାପାଣି ମଣ୍ଡପ ରେ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳ ଙ୍କ ୨୦ ତମ ଶ୍ରାଦ୍ଧୋତ୍ସବ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ଓଡିଶା ଖଣି ନିଗମ ର ପୂର୍ବତନ ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାନ୍ତି, ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀମତୀ ପ୍ରତିମା ମଲ୍ଲିକ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ର ମୁଖପାତ୍ର ହିମାଂଶୁ ଭୂଷଣ ମଲ୍ଲିକ, ବ୍ଲକ କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ନାୟକ ସହ ଶତାଧିକ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ବସନ୍ତ କୁମାର ବିଶ୍ୱାଳ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମଞ୍ଚାସିନ ଅତିଥି ମାନେ ବସନ୍ତ ବିଶ୍ୱାଳ ଙ୍କ କରିଥିବା ପ୍ରଗତି ଏବଂ ଶିଳ୍ପାୟାନ ବିଷୟରେ ମନେପକାଇଥିଲା ବେଳେ ନୂତନ ଓଡିଶା ଗଢିବାରେ ବସନ୍ତ ବିଶ୍ୱାଳ ଙ୍କ ଭୂମିକା ଅନେକ ରହିଛି। ଯଦି ଆଜି ବସନ୍ତ ବିଶ୍ୱାଳ କିମ୍ବା ବିଜୁ ପଟ୍ଟନାୟକ ଥାନ୍ତେ ତେବେ ରାଜ୍ୟରେ ଏମିତି ଶାସନ ଚାଲିନଥାନ୍ତା ବୋଲି ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଏବଂ ପଞ୍ଚାନନ ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *