ମୁଁ ବି ହେବି ମିତା ଅଭିଯାନର ଶୁଭାରମ୍ଭ


ରାୟଗଡ:-ତା ୭/୦୯-ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ କାର୍ଯ୍ୟକ୍ରମ ଅନ୍ତର୍ଗତ “ମୁଁ ବି ମିତା ଅଭିଯାନ “ରାୟଗଡ ଜିଲ୍ଲାର ଆରମ୍ଭ ହୋଇଛି।
ବୁଧବାର ରାୟଗଡ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ,ସମ୍ଭାବିତ ଭୋଟର ଓ ସ୍ଥାନାନ୍ତରିତ ଭୋଟର ମାନଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ ଏହି ଅଭିଯାନର ସଫଳ ରୂପାୟନ ପାଇଁ ବୁଥ ସ୍ତରୀୟ ଅଧିକାରୀ ଗାଁ କୁ ଗାଁ ଓ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରୁଛନ୍ତି। ଏହି ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଭିଯାନରେ ସାମିଲ ପୂର୍ବକ ସଚେତନତାସୃଷ୍ଠି କରିବେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନିଜ କଲେଜରେ କିମ୍ବା ସ୍ଥାନୀୟ ଅଞ୍ଚଳରେ କିପରି ସଚେତନତା ସୃଷ୍ଟି କରିବେ ସେନେଇ ବୁଝାଇଥିଲେ। ଯେପରି ଅଧିକରୁ ଅଧିକ ସଂଖ୍ୟକ ନୂଆ ଭୋଟର ନାମ ପଞ୍ଜିକୃତ କରି ପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟତମ ଅତିରିକ୍ତ ଶ୍ରୀ ଭାସ୍କର ରଇତ ମିତା ଭାବରେ ଆଜି ଦାୟିତ୍ୱ ନେଇଥିବା ଛାତ୍ରୀ ମାନଙ୍କୁ କହିଥିଲେ ଯେ ପବିତ୍ର କାମରେ ଆପଣ ମାନଙ୍କୁ ନିୟୋଜିତ କରାଯାଉଛି l ଆଜିଠାରୁ ଆପଣ ମାନେ କୌଣସି ରାଜନୈତିକ ଦଳ ସହିତ ସାମିଲ ହେବେ ନାହିଁ ଯଦି ସାମିଲ ହେବାକୁ ଚାହୁଁଛନ୍ତି ତାହାହେଲେ ମିତା ଛାଡିବାକୁ ପଡିବ l ଏଥିରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ଭିମସେନ ଶବର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହିତ ମୁଁ ବି ହେବି ମିତା ଅଭିଯାନ ସମ୍ପର୍କରେ ବୁଝାଇଥିଲେ l କାର୍ଯ୍ୟକ୍ରମର ସଂସାଧନ ସଭ୍ୟ ଶ୍ରୀ ନୀଳାଞ୍ଚଳ ମିଶ୍ର ମୋବାଇଲରେ ଥିବା ଭୋଟର ହେଲ୍ପ ଲାଇନଆପ୍ ମାଧ୍ୟମରେ କିପରି ନାମ ପଞ୍ଜିକରଣ କରାଯିବା ସହ ସଂଶୋଧନ ଓ ସ୍ଥାନାନ୍ତରିତ କରାଯିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀ ନାରାୟଣ ମିଶ୍ର,ଆସିଷ୍ଟାଣ୍ଟ କଲେକ୍ଟର(ନିର୍ବାଚନ) ଉପଜିଲ୍ଲାପାଳଙ୍କ କାଯ୍ୟlଳୟ ପ୍ରଫୁଲ୍ଲ କୁମାର ବେହେରା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ରାୟଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଦଶ ଜଣ, ମହିଳା ମହାବିଦ୍ୟାଳୟର ଦଶ ଜଣ ମାଣିକେଶ୍ଵରୀ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଓ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଞ୍ଚ ଜଣ, ଦେବଗିରି ଡିଗ୍ରୀ କଲେଜରୁ ଆଠ ଜଣ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଲନରାରୁ ପାଞ୍ଚ ଜଣ ଏପରି ଶତଚାଲିଶି ଜଣ ମିତା ଯୋଗଦେଇଥିଲେ ।
ଜିଲ୍ଲାରେ ମୋଟ ଷୋହଳ ଗୋଟି ମହାବିଦ୍ୟାଳୟରୁ ଏକ ଶହ ଜଣ ମିତାଙ୍କୁ ରାଜ୍ୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶ କ୍ରମେ ଚିହ୍ନଟ କରାଯାଇଥିବା ବେଳେ ଅବଶିଷ୍ଟ ଛାତ୍ରୀଙ୍କୁ ଆଜି ଗୁଣୁପୁର ଠାରେ ଆନୁଷ୍ଠାନିକ ଭାବେ ଏହି ଦାଇତ୍ୱ ପ୍ରଦାନ କରାଯାଇଥିବା ଡେପୁଟି କଲେକ୍ଟର ନାରାୟଣ ମିଶ୍ର କହିଛନ୍ତି ।
ଜିଲ୍ଲାରେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ସହ ଏକ ନିର୍ଭୁଲ ଓ ତୃଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବ୍ୟାପକ ଜଣ ସଚେତନତା ଜରୁରୀ ବୋଲି ଜିଲ୍ଲାପାଳ ସ୍ଵଧାଦେବ ସିଂ କହିଛନ୍ତି ।

You May Also Like

More From Author

+ There are no comments

Add yours