ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ

ସୁବର୍ଣ୍ଣପୁର ସହରର ବଡବଜାର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ । ଅଶ୍ଳିଳ ଭିଡ଼ିଓ ମାଧ୍ୟମରେ ବ୍ଲାକମେଳିଂ କରି ପ୍ରାୟ ୩ ଲକ୍ଷ ୭୮ ହଜାର ଶହେ ଟଙ୍କା ନେଇଥିଲା ଅଭିଯୁକ୍ତ । ତା ସହ ମହିଳାଙ୍କୁ ବ୍ଲାକମେଲିଂ କରି ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା ନଚେତ୍ ଅଶ୍ଳିଳ ଭିଡ଼ିଓ ସାମାଜିକ ଗଣମାଧ୍ୟମ ରେ ଭାଇରାଲ୍ କରିବାକୁ ଧମକ ଦେଇଥିଲା । ଏନେଇ ମହିଳା ଜଣକ ନିଜ ସ୍ବାମୀଙ୍କୁ ଜଣାଇଥିଲେ । ତାଙ୍କ ସ୍ବାମୀ ମଧ୍ୟ ଭୟରେ ଅଭିଯୁକ୍ତଙ୍କୁ ବିଭିନ୍ନ କିସ୍ଥିରେ ଫୋନ୍ ପେ ମାଧ୍ୟମରେ ଟଙ୍କା ଦେଇଥିଲେ । ତେବେ ଗତକାଲି ପୀଡ଼ିତା ମହିଳା ଜଣକ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋନପୁର ପୋଲିସ ଏନେଇ କେସ ନଂ ୨୦୨/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତକୁ ଟିଟିଲାଗଡରୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଅଭିଯୁକ୍ତ ଜଣକ ହେଲେ ଛତିଶଗଡ ରାଜ୍ୟ ବାଗବରା ଥାନା ଅଞ୍ଚଳର ଯୋଗିନ୍ଦ୍ର ସୋନି ।

You May Also Like

More From Author

+ There are no comments

Add yours