ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦ ଉତ୍ସବ 

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ପବିତ୍ର ନନ୍ଦ ଉତ୍ସବ । ଦୁର୍ଗା ଜନ୍ମଉତ୍ସବ ନୀତି ସମାପନ ହେବା ପରେ ନନ୍ଦଉତ୍ସବ ନିମନ୍ତେ ଦୋଳିରେ ଅଧିଷ୍ଠିତ ହୋଇଥିବା ରାମ, କୃଷ୍ଣ ଓ ମଦନମୋହନଙ୍କୁ ସେଠାରେ ଏକ ଖଟ ଉପରେ ବିଜେ କରାଯାଏ । ତିନି ବିଗ୍ରହ ମାଜଣା, ମାଳ ଫୁଲ ଲାଗି ଓ ବେଶ ହୁଅନ୍ତି । ଏହାପରେ ସାତ ପାହାଚ ଦ୍ୱାରରେ ଥିବା ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀମନ୍ଦିର ଜଗମୋହନରେ ପଡ଼ିଥିବା ଖଟ ଶେଜ ଉପରେ ବିଜେ ହୁଅନ୍ତି ।
ଭିତରଛ ମହାପାତ୍ର ଶ୍ରୀନଅରକୁ ଯାଇ ସେଠୁ ଆସି ସ୍ନାନ ମଣ୍ଡପରେ ବସିନ୍ତି । ପୁଅ ଜନ୍ମ ହେବା ଖବର ନନ୍ଦ ରାଜାଙ୍କୁ ଦିଆଯାଇଥାଏ । ଏହାପରେ ନନ୍ଦ ଉତ୍ସବ କରାଯାଏ । ନନ୍ଦ ରାଜା ପୁଅମାନଙ୍କୁ ଧରି ଜଗମୋହନରେ ବନ୍ଧାଯାଇଥିବା ଦୋଳିରେ ବିଜେ ହୁଅନ୍ତି । ଏହାପରେ ରାମ, କୃଷ୍ଣ ଓ ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ବିଜେ ହୁଅନ୍ତି । ବଡ଼ ଦେଉଳର ଠାକୁର ନିଆରା, ଏଠି ନୀତି ବି ନିଆରା ।

You May Also Like

More From Author

+ There are no comments

Add yours