ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଶବ୍ଦ ଓଡିଶା ବ୍ୟୁରୋ: ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି । ଜୋ ବାଇଡେନ ଜି-୨୦ ବୈଠକରେ ଯୋଗଦେବାକୁ ଭାରତ ଆସିବେ । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ବୈଠକ ଅନୁଷ୍ଠିତ ହେବ । ବାଇଡେନ ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ଦିଲ୍ଲୀରେ ହେଉଥିବା ଏହି ଜି-୨୦ ବୈଠକକୁ ପୂର୍ବରୁ ଆଉ ୨ ଦୁଇ ବଡ଼ ନେତାକୁ ଆସୁନାହାନ୍ତି ବୋଲି ସ୍ପଷ୍ଟ କରିସାରିଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସିବେ ନାହିଁ ବୋଲି ପୂର୍ବରୁ ଜଣାଇ ସାରିଛନ୍ତି ।

You May Also Like

More From Author

+ There are no comments

Add yours