ସୁବର୍ଣ୍ଣପୁରରେ ନିଆରା ଗୁରୁବନ୍ଦନା କାର୍ଯ୍ୟକ୍ରମ

ଶବ୍ଦ ଓଡିଶା ବ୍ୟୁରୋ: ପବିତ୍ର ଗୁରୁଦିବସ ଅବସରରେ ସୁବର୍ଣ୍ଣପୁରରେ ନିଆରା ଗୁରୁବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ । ଗୁରୁମାନଙ୍କ ସମ୍ମାନାର୍ଥେ ଜିଲ୍ଲାର ଶିବତଲା ସ୍ଥିତ ଶ୍ରୀହରି ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି ନିଆରା ଗୁରୁବନ୍ଦନା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଏକା ସାଥିରେ ପ୍ରାୟ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କରାଯାଇଥିଲା ସମ୍ବର୍ଦ୍ଧିତ ।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଭୂବନେଶ୍ୱର ଫ୍ୟୁଜନ ୪୦ର ନିର୍ଦ୍ଦେଶକ ଡ.ସୁଶାନ୍ତ ଦାସ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତାଭାବରେ କାଲିଚରଣ ସିଂ ଯୋଗଦାନ କରିଥିଲେ । ଶ୍ରୀହରିର ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂଶା କରିଥିଲେ ।

You May Also Like

More From Author

+ There are no comments

Add yours