ଜାଲ ନୋଟ ଜବତ ଘଟଣା, ଅଭିଯୁକ୍ତଙ୍କ ଘରେ ପୁଣି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ

ଶବ୍ଦ ଓଡିଶା ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରୁ ଜାଲ ନୋଟ ଜବତ ଘଟଣା । ଅଭିଯୁକ୍ତଙ୍କ ଘରେ ପୁଣି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚର ଡିଏସପିଙ୍କ ନେତୃତ୍ୱରେ ଏକ ଟିମ ମାଟିଖାଇ ନୁଆବସ୍ତିରେ ପହଂଚି ଜାଲ ନୋଟ କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତ ଦୀପକ ମେହେରଙ୍କ ଘରେ ଚଢାଉ କରିଛି ।

ଟିମ୍ ବିଭିନ୍ନ କାଗଜପତ୍ର ଯାଞ୍ଚ କରି ଫେରିଥିବା ଜଣାପଡିଛି । ଯାଞ୍ଚ ସମୟରର ଆଧାରକାର୍ଡ଼, ଭୋଟରକାର୍ଡ଼, ଚେକ ବହି, ଏବଂ ମୋବାଇଲ ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିବା ଜଣାପଡିଛି । କ୍ରାଇମବ୍ରାଞ୍ଚ ଏସଟିଏଫର ଯାଞ୍ଚ ସମୟରେ ଉଲୁଣ୍ଡା ଥାନାର ଏସଆଇ ସରୋଜ ପାଣିଗ୍ରାହୀ ଏବଂ ଏଏସଆଇ ସ୍ମିତା ଦାସ ଉପସ୍ଥିତ ଥିଲେ । ତିନି ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ 41 ଲକ୍ଷ 16ହଜାର ଟଙ୍କା ଜାଲ ନୋଟ ଜବତ କରିଥିଲା ।

You May Also Like

More From Author

+ There are no comments

Add yours