ଶ୍ରୀକୃଷ୍ଣ ଜନ୍ମୋତ୍ସବ, ପୂଜାର୍ଚ୍ଚନା ପାଇଁ ବିଭିନ୍ନ ମନ୍ଦିରରେ ଭିଡ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଶ୍ରୀକୃଷ୍ଣ ଜନ୍ମୋତ୍ସବ । ପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି କରାଯିବ । ସଂଧ୍ୟା ଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ମହାଜନ ସେବକଙ୍କ ଦ୍ୱାରା ଏହି ନୀତି କରାଯିବ ।
ସେହିପରି ଜନ୍ମାଷ୍ଟମୀ ପାଇଁ ଇସ୍କନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ରାତିରେ ଜନ୍ମ ହେବେ ଯଶୋଦା ନନ୍ଦନ । ରାତି ୧୨ଟାରେ ଭଗବାନଙ୍କୁ ଅଭିଷେକ କରାଯିବ । ସକାଳୁ ବ୍ରତଧାରୀମାନେ ପ୍ରସାଦ ସେବନ କରି ନିଜ ବ୍ରତ ଖୋଲିବେ । ରାଜଧାନୀ ଭୁବନେଶ୍ୱରର ଇସ୍କନ ମନ୍ଦିର ସହ ରାମମନ୍ଦିର ପରି ସହରର ଗଳି କନ୍ଦିରେ ଥିବା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।

You May Also Like

More From Author

+ There are no comments

Add yours