ଜି-୨୦ ସମ୍ମିଳନୀରେ ସାମିଲ ହେବେ ବିଶ୍ୱର ଅନେକ ନେତା

ଶବ୍ଦ ଓଡିଶା ବ୍ୟୁରୋ: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି । ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବ । ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ । ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଜୋ ବାଇଡେନଙ୍କ ସହ ମରିସସ୍, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଜି-୨୦ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗରେ ବିଶ୍ୱର ପ୍ରମୁଖ ନେତା ଆଲୋଚନା କରିବେ । ଏଥିପାଇଁ ଆସନ୍ତାକାଲିଠାରୁ ବିଶ୍ୱନେତା ଭାରତ ପହଞ୍ଚିବା ଆରମ୍ଭ କରିବେ ।

You May Also Like

More From Author

+ There are no comments

Add yours