ଭୁଶୁଡିପଡିଲା ୨ ମହଲା କୋଠା। ୨ ମୃତ, ୫ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ : ଅଧରାତିରେ ହଠାତ୍ ଭୁଶୁଡିପଡିଲା ୨ ମହଲା କୋଠା । ଭିତରେ ଦବିଗଲେ ପୁରା ପରିବାର । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ଭିବଣ୍ଡି ନିଜାମପୁର ସହର ମହାନଗରପାଳିକା ଅଞ୍ଚଳରେ ।
ଭିବଣ୍ଡି ମହାନଗରପାଳିକା ଦରଗାହା ରୋଡରେ ଥିବା ଘର ନମ୍ବର ୪୪୧ । ରାତି ୧୨ଟାରେ ହଠାତ୍ ଏହା ଭୁଶୁଡିପଡିଲା । ମାଟିତଳେ ୭ଜଣ ସଦସ୍ୟ ଦବିଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁଯାଇଥିବାବେଳେ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି ।

You May Also Like

More From Author

+ There are no comments

Add yours