ରାଜ୍ୟ ଖାଦ୍ୟ କମିଶନରେ ୫ ନୂଆ ସଦସ୍ୟ

ଶବ୍ଦ ଓଡିଶା ବ୍ୟୁରୋ : ରାଜ୍ୟ ଖାଦ୍ୟ କମିଶନ ସଦସ୍ୟ ଭାବେ ରାଜ୍ୟ ସରକାର ୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନରେ ଦୀର୍ଘଦିନ ଧରି ସଦସ୍ୟ ପଦବୀଗୁଡ଼ିକ ଖାଲି ପଡ଼ିଥିଲା।

ରାଜ୍ୟ ଖାଦ୍ୟ କମିଶନ ସଦସ୍ୟ ଭାବେ ଦୟାନିଧି ଦାଶ, ସଂଯୁକ୍ତା ମହାନ୍ତି, ଅକ୍ଷୟ କୁମାର ବେହେରା, ପ୍ରିୟବ୍ରତ ସାମନ୍ତରାୟ ଓ ପ୍ରେମଶିଳା କେର୍କଟାଙ୍କୁ ନିଯୁକ୍ତି ମିଳିଛି । ଏହି ସଦସ୍ୟମାନଙ୍କ କାର୍ଯ୍ୟକାଳ ୩ବର୍ଷ ପର୍ଯ୍ୟନ୍ତ ରହିବ । ପୂର୍ବରୁ ଚଳିତବର୍ଷ ମେ’ମାସରେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଭାବେ ବିଜେଡି ନେତା ଅବନୀକାନ୍ତ ସାହୁଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ ।

You May Also Like

More From Author

+ There are no comments

Add yours