Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ : ଶିଶୁପାଳଗଡ଼ ଅଞ୍ଚଳରେ ଘଟଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ଧଉଳି ଥାନା ପୁଲିସ ଆକ୍ରମଣକାରୀ ଗୋଷ୍ଠୀର ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଦ୍ବୟ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ବର, ପାନବରଜ ସାହିର ଗୋପୀନାଥ ରାଉତ ଓରଫ ଗୋପୀ ଏବଂ ବଡ଼ଗଡ଼ ଥାନା ଅଧୀନ ମହିଷାଖାଲବସ୍ତି ପ୍ଲଟ ନଂ ୧୨/୨ରେ ରହୁଥିବା ଓମ୍‌ ପ୍ରକାଶ ମହାନ୍ତି ଓରଫ ଓମ୍‌। କୋର୍ଟରେ ଉଭୟ ଗୋପୀନାଥ ଏବଂ ଓମ୍‌ପ୍ରକାଶ ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *