ଶବ୍ଦ ଓଡିଶା ବ୍ୟୁରୋ : ଦିଲ୍ଲୀ ଜି-୨୦ ବୈଠକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା କହିଛନ୍ତି, ଦିଲ୍ଲୀର ଭିତ୍ତିଭୂମି ସେଭଳି ହେବା ଉଚିତ ଯାହାଦ୍ବାରା ଜି-୨୦ ବୈଠକ ଗୋଟିଏ ସପ୍ତାହର ନୋଟିସ୍ରେ ବି ହୋଇପାରିବ। ଗତ ୨ ମାସ ଭିତରେ ଏଦିଗରେ ଅନେକ କାର୍ଯ୍ୟ ହୋଇଛି। ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ସମସ୍ତ ସଂସ୍ଥା ଏବଂ ଅଧିକାରୀଙ୍କ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଛନ୍ତି।
ସମ୍ମିଳନୀ ପାଇଁ ୯୮ ପ୍ରତିଶତ ପ୍ରସ୍ତୁତି ଶେଷ ହୋଇଛି। ଜି-୨୦ ସମ୍ମିଳନୀର ଅଂଶବିଶେଷ ଭାବେ ସହର ପାଇଁ ଅନେକ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ହୋଇଛି। ଏସବୁକୁ ନଷ୍ଟ ନକରିବାପାଇଁ ସାକ୍ସେନା ଅନୁରୋଧ କରିଛନ୍ତି। ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଳୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେହିପରି ପଂଜାବ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀରରେ ସମସ୍ତ ବାୟୁସେନା ଘାଟି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବାୟୁସେନା ପକ୍ଷରୁ କୁହାଯାଇଛି।
+ There are no comments
Add yours