Thu. Oct 15th, 2026

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରେ ଜାଲ୍‌ ନୋଟ୍‌ ରାକେଟ୍ ଠାବ । ୪୧ ଲକ୍ଷ ୨୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ ଜଣ କୁ ଗିରଫ କରି କୋର୍ଟ ଚାଲାଣ କଲା STF । ସୂଚନା ଅନୁସାରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏସ ଟି ଏଫ୍ ଦ୍ବାରା ବେଆଇନ୍ ଜାଲ ନୋଟ୍ କାରବାର ନେଇ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରେ ଗତକାଲି ଚଢାଉ କରାଯାଇଥିଲା । ସେଠାରୁ ଜାଲ ନୋଟ ତିଆରିରେ ବ୍ୟବହୃତ ପ୍ରିଣ୍ଟିଂ ମେସିନ ସହିତ ୪୧ ଲକ୍ଷ ୨୬ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ୍ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଉଲୁଣ୍ଡା ଥାନା ମାଟିଖାଇ ନୂଆଁବସ୍ତିର ଦୀପକ କୁମାର ମେହେର କୁ ଗିରଫ କରିବା ସହ ବୀରମହାରାଜପୁର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିବା ଆଜି ପ୍ରେସ ବିବୃତି ମାଧ୍ୟମରେ ଏସ ଟି ଏଫ୍ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଚଳାଇଥିବା ଜଣା ପଡ଼ିଛି।

ସୁବର୍ଣ୍ଣପୁରରୁ ନିରଞ୍ଜନ ମିଶ୍ରଙ୍କ ରିପୋର୍ଟ, ଶବ୍ଦ ମିଡ଼ିଆ

Leave a Reply

Your email address will not be published. Required fields are marked *