Thu. Oct 15th, 2026

ସୁବର୍ଣ୍ଣପୁର : ପାଣିରେ ବୁଡି ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ କର୍ଡାପାଲ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକ ଜଣକ ସମ୍ବଲପୁର ଜିଲ୍ଲା ଚାରମାଳ ବିଶ୍ଵନାଥପୁର ଗାଁର ୭୦ ବର୍ଷୀୟ ଉଦ୍ଧବ ପଧାନ ହୋଇଥିବାବେଳେ ଗୁରୁତର ଜଣକ ହେଲେ ତାଙ୍କ ପତ୍ନୀ ୬୫ ବର୍ଷୀୟ ମାଳତି ପଧାନ ବୋଲି ଜଣାପଡିଛି ।ଉଦ୍ଧବ କର୍ଡ଼ପାଳସ୍ଥିତ ନିଜ ଝିଅ ଜ୍ୱାଇଁ ଘରକୁ ଆସି ଗାଁ ପାଣିଖିଆ ନାଳକୁ ଗାଧୋଇବାଜୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି ।ଉଦ୍ଧବ ଗାଧୋଉ ଥିବା ବେଳେ ହଠାଥ ଗୋଡ଼ ଖସି ଯିଵାରୁ ପାଣିରେ ବୁଡ଼ିଯାଇ ମୃତ୍ୟ ବରଣ କରିଥିଲେ ।ପତ୍ନୀ ମାଳତି ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଯାଇଥିଲେ ।ତେବେ ସ୍ଥାନୀୟ ଲୋକେ ମାଳତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।ସେପଟେ ବୀରମହାରାଜପୁର ପୋଲିସ ମୃତକ ର ଶବକୁ ଜବତକରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *