
କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହର ନବୋଦୟ ବିଦ୍ୟାଳୟରେ 25ତମ ୟୁଥ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. ଛାତ୍ରଛାତ୍ରୀ ଙ୍କ ଉଦେଶ୍ୟରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ମାନ୍ୟବର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅନୁଷ୍ଠାନିକ ଭାବେ ୟୁଥ ପାର୍ଲ୍ୟାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ. ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କୃଷ୍ଣ ମହାପାତ୍ର ସଭାପତିତ୍ୱ କରିବାସହିତ ସ୍ୱାଗତ ଭାଷଣ ରଖିଥିଲେ.ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂମ୍ମାନିତ ଅତିଥିଭାବେ କୁଜଙ୍ଗ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନିନାରାଣୀ ସାହୁ, ଜିଲ୍ଲାପରିଷଦ ସଭ୍ୟ ରବିନାରାୟଣ ସାହୁ,ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପାଲ,ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସମାଜସେବୀ ଆଡ଼ଭୋକେଟ ଡ଼ଃ ସୁନାକର ବେହେରା, ଶ୍ରୀମତୀ ଜୟଶ୍ରୀ ନନ୍ଦିନୀ ସାହୁ ଓ ଅନ୍ୟ ସମସ୍ତ ପିଟିସି ସଭ୍ୟସଭ୍ୟା ମାନେ ଉପସ୍ଥିତଥିଲେ. ବିଦ୍ୟାଳୟ ଦ୍ୱାରା ଆୟୋଜିତ ଯୁବା ସାଂସଦ କର୍ମ ଶାଳାରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କ ସଂସଦୀୟ ନିଖୁଣ ଉପସ୍ଥାପନ କିଛି ସମୟ ପାଇଁ ଉପସ୍ଥିତ ଅତିଥି,ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକଅଭିଭାବିକା ମାନଙ୍କୁ ଦିଲ୍ଲୀ ପାର୍ଲ୍ୟାମେଣ୍ଟ ଭବନର ଅନୁଭବ ଆଣିଦେଇଥିଲା. ପ୍ରଶିକ୍ଷଣ ଦେଇଥିବା ଇତିହାସ ଶିକ୍ଷୟତ୍ରୀ ଶ୍ରୀମତୀ ଅନାମିକା ଦାସ ଙ୍କୁ ସାଂସଦ ଡା.ମଲ୍ଲିକ ଭୁରିୟସୀ ପ୍ରଶଂସା କରିବା ସହ ଅଭିଭାଷଣରେ ପିଲାମାନଙ୍କୁ ମଧ୍ୟ ପ୍ରଶଂସା କରି ବିଦ୍ୟାଳୟରେ ପିଲା ମାନଙ୍କ ନିମନ୍ତେ ଶ୍ରେଣୀଗୃହର ଆବଶ୍ୟକତା ଥିବାରୁ ସହଯୋଗ ପାଇଁ ପୂର୍ଣ୍ଣ ପ୍ରତିସ୍ତୁତି ପ୍ରଦାନ କରିଥିଲେ .ବିଦ୍ୟାଳୟର ଛାତ୍ରୀ ଅକ୍ଷିତା ଓଡିଶୀ ନୃତ୍ୟ ପରିବେଷଣ ସହିତ ଜବାହର ନବୋଦୟ ବିଦ୍ୟାଳୟ କାଙ୍କେର,ଛତିଶଗଡ ରୁ ଆସିଥିବା ଛାତ୍ରୀମାନଙ୍କ ଛତିଶଗଡ ନୃତ୍ୟ ବେଶ ମନୋରମ ଥିଲା. ସର୍ବଶେଷରେ ଶିକ୍ଷୟତ୍ରୀ ଶ୍ରୀମତୀ କବିତା ଜେନା ଧନ୍ୟବାଦ ପ୍ରଦାନ କରିଥିଲେ.