Thu. Oct 15th, 2026

ଆଗକୁ ଆସୁଛି ନିର୍ବାଚନ. ବିଭିନ୍ନ ଦଳ ନିଜ ଅଞ୍ଚଳ ପାଇଁ ପ୍ରସଙ୍ଗ ଖୋଜୁଥିବା ବେଳେ ତିର୍ତ୍ତୋଲ ଯୁବ କଂଗ୍ରେସ ସ୍ବାସ୍ଥ୍ୟ ସେବା ପ୍ରସଙ୍ଗକୁ ନେଇ ହାଲ୍ଲା ବୋଲର ଡାକରାଦେଇଛି.ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଗୋଷ୍ଠି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ୱାସ୍ଥ୍ୟସେବା ଦିଗରେ ହେଉଥିବା ଅବହେଳା ପାଇଁ ଆଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ହାଲ୍ଲା ବୋଲ ର ଡାକରା ଦିଆଯାଇଛି . ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତଥା ମୂଳିସିଂହ ସରପଂଚ ସଫି ଆଜମ୍, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ଜ୍ଯୋତି ରଞ୍ଜନ ମଲ୍ଲିକ, ସୁନୀଲ କୁମାର ରାଣା, ଦେବାଶିଷ ଶର୍ମା, ସମରେନ୍ଦ୍ର ମହାପାତ୍ର, ଆଶିଷ ମଲ୍ଲିକ, ସାଇ ପ୍ରଭଞ୍ଜନ ମହାପାତ୍ର, ଅଜୟ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଏବଂ ପ୍ରଶାସନ ଉପରେ ବର୍ଷୀଥିଲେ. କଂଗ୍ରେସ ର କହିବାନୁଯାଇ ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ତିର୍ତ୍ତୋଲ ବ୍ଲକ ର ୨୯ପଞ୍ଚାୟତ ସହ ପାଖ କୁଜଙ୍ଗ ଏବଂ ଏରସମା ବ୍ଲକ ଅନେକ ପଞ୍ଚାୟତ ର ଲକ୍ଷାଧିକ ଜନସାଧାରଣ ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି. ଗତ ଜୁଲାଇ ୫ ତାରିଖରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ର ଏକ ଦଳ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଗ୍ରସ୍ତ କରି ରୋଗୀଙ୍କ ଯୋଗାଯାଉଥିବା ସ୍ୱାସ୍ଥ୍ୟସେବା ବିଷୟରେ ବୁଝିବା ସମୟରେ ସ୍ୱାସ୍ଥ୍ୟ ସେବାରେ ଅନେକ ଅବହେଳା ପରିଲେଖିତ ହୋଇଥିଲା. କେବଳ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନୁହେଁ ଏହି ନିର୍ବାଚନ ମଣ୍ଡଳୀ ର ରଘୁନାଥପୁର ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା.ଯାହାକୁ ନେଇ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଲାଗି ଗତ ୧୩ ଜୁନ ରେ ୧୯ ଦଫା ଦାବିପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା. ଏହାପରେ ବିରିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଜନ ଆକ୍ରୋଶ ସଭା କରାଯାଇଥିଲେ ମଧ୍ୟ ଅଦ୍ୟାବଦି ଏପର୍ଯ୍ୟନ୍ତ ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇନାହିଁ. ଯାହାକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଛି. ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗ ସଠିକ କାର୍ଯ୍ୟକାରିତା, ଉପଯୁକ୍ତ ସମୟରେ ଆଉଟଡୋର ଖୋଲିବା, ଯିବ ଜନ୍ତୁ କାମୁଡା ଔଷଧ, ଜନ୍ମ ପ୍ରମାନପତ୍ର ପାଇଁ ଲାଞ୍ଚ, ସ୍ୱାସ୍ଥ୍ୟକେନ୍ଦ୍ର ପରସ୍କାର ପରିଚ୍ଛନତା,ଡାକ୍ତର ମାନଙ୍କ ସୁ ବ୍ୟବହାର ଭଳି ଅନେକ କିଛି ତ୍ରୁଟି ଦେଖାଯାଉଛି ଯାହାକୁ କଂଗ୍ରେସ ମୁଦ୍ଦା କରିବା ସହ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟସରକାର ଜ଼ିଲ୍ଲା ସ୍ୱାସ୍ଥ୍ୟଧିକାରୀ ଙ୍କୁ ଚେତେଇଦେଇଛନ୍ତି. ଯଦି ଜନସାଧାରଣ ପାଇଁ ଦେଇଥିବା ଦାବିକୁ ଏକ ମାସ ଭିତରେ ପୂରଣ ନକରାଯାଏ ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣାରେ ବସିବ।

Leave a Reply

Your email address will not be published. Required fields are marked *