ସୋନପୁର ପୈାରପରିଷଦ ଓ ବିନିକା,ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୈାରପରିଷଦ ଓ ବିନିକା,ତରଭା ବିଜ୍ଞାପିତ ଅଚଂଳ ପରିଷଦରେ ଆଜି ଅଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ସୋନପୁର ପୈାରପରିଷଦର ଅଧକ୍ଷା ଓ ନିର୍ବାଚିତ କାଉନସିଲର ମାନଙ୍କ ସହିତ ପ୍ରଥମେ ସୋନପୁର ସହରରେ ଥିବା ବିଜୁ ପଟ୍ଟନାୟକଙ୍କ ଓ ଅନ୍ୟ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପୈାରପରିଷଦ କାର୍ଯ୍ୟଳୟ ଠାରେ ପତାକା ଉତଳନ କରିଥିଲେ । ଆଜି ସ୍ୱାୟତ ଶାସନ ଦିବସ ଅବସରରେ ସୋନପୁର ସହରର ବିଭିନ୍ନ ସାହି ମାନଙ୍କରେ ନୂତନ ପ୍ରକଳ୍ପ ମାନଙ୍କର ଉଦଘାଟନ ମଧ୍ୟ କରିଥିଲେ । ପରେ ସହରର ନୂତନ ଟାଉନ ହଲ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞନ ପୂଝାରୀ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କଥା କୁ ମନେ ପକାଇ ସୋନପୁର କୁ ସୁବର୍ଣ୍ଣପୁର ଜିଲ୍ଲା କରିଥିଲେ ଓ ଆଗାମି ଦିନରେ ସୁବର୍ଣ୍ଣ ପୁର କରିବାର ଦାୟୀତ୍ୱ ଜନସାଧାରଣଙ୍କୁ ଦେଇଥିଲେ । ତାହାକୁ କାର୍ଯ୍ୟରେ ସୋନପୁର ପୈାରପରିଷଦ ବିଭିନ୍ନ ଉନ୍ନୟନ ମୂଳକ କାମ କରି ପ୍ରତିପାଦନ କରୁଛି ବୋଲି କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୋନପୁର ଜିଲ୍ଲାପାଲ, ପୈାରପରିଷଦ ଅଧ୍ୟକ୍ଷା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ ଆଗାମି ଦିନରେ ସୋନପୁର ପୈାରପରିଷଦ ର ଲୋକେ ସହଯୋଗ କଲେ ସୋନପୁର ସୁବର୍ଣ୍ଣପୁର ହେବ ବୋଲି ମତ ଦେଇଥିଲେ ।

You May Also Like

More From Author

+ There are no comments

Add yours