ବର୍ଷା ସାହିତ୍ୟ ସଂସଦ ତରଫରୁ ଗଙ୍ଗାଧର ମେହେର ଜୟନ୍ତି ସମାରୋହ, ଆର୍ଯ୍ୟଭୂମି ଲଦାଖ ବହି ଲୋକାର୍ପିତ

ଦାମନଯୋଡି: ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥି ଓ ସ୍ଵଭାବ କବି ଗଙ୍ଗାଧର ମେହେର’ଙ୍କ ଜୟନ୍ତୀ ଅବସରରେ ବର୍ଷା ସାହିତ୍ୟ ସଂସଦ ଦାମନଯୋଡ଼ି ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବ ଶ୍ରୀ ପ୍ରମୋଦ କୁମାର ବେହେରା, ସମୂହ ମହାପ୍ରବନ୍ଧକ ନାଲକୋ ଆଲୁମିନା ରିଫାଇନେରୀ, ମୁଖ୍ୟବକ୍ତା ଡଃ ଆଲୋକ କୁମାର ବରାଳ ପ୍ରଫେସର ଓଡ଼ିଆ ବିଭାଗ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ କୋରାପୁଟ, ପ୍ରଖ୍ୟାତ ସାହିତ୍ୟିକା ଓ ପ୍ରିନିସିପାଲ ଡି ପି ଏସ୍ ଦାମନଯୋଡ଼ି ଶ୍ରୀମତୀ ଦୀପାନ୍ୱିତା ଦାସ , ବର୍ଷା ସାହିତ୍ୟ ସଂସଦର ସଭାପତି ଶ୍ରୀ ପ୍ରଦୀପ କୁମାର ପାଟ୍ଟଯୋଶୀ ଓ ସାଧାରଣ ସମ୍ପାଦକ ଶ୍ରୀ ଶ୍ରୀଧର ପରିଡ଼ା ଯୋଗ ଦେଇଥିଲେ । ଏହି ଅବସରରେ ବିଜୟ କୁମାର ଜେନାଙ୍କ ଲିଖିତ ଭ୍ରମଣ କାହାଣୀ – “ଆର୍ଯ୍ୟ ଭୂମି ଲାଦଖ” ପୁସ୍ତକ ଲୋକାର୍ପିତ ହୋଇଥିଲା ।

ପୁସ୍ତକ’ଟି ବିଜୟ କୁମାର ଜେନାଙ୍କ ସହ ଲଦାଖ ବୁଲିଥିବା ପୁଅ ଅବିନାଶ, ଜୋଇଁ ଦେବରାଜ ଓ ପୁତ୍ରପ୍ରତିମ ଅଜିତଙ୍କୁ ମିଳିତ ଭାବେ ଉତ୍ସର୍ଗ କରାଯାଇଛି। ଏହି ପୁସ୍ତକ ପଢ଼ିବାବେଳେ ପାଠକ, ନିଶ୍ଚିତ ଭାବରେ ଲଦାଖ’ର ବରଫ ଆଚ୍ଛାଦିତ ପାହାଡ଼, ଶାନ୍ତ ଶୀତଳ ସିନ୍ଧୁ ଓ ସିୟୋକ୍ ଉପତ୍ୟକା, ନୁମ୍ୱ୍ରାଭ୍ୟାଲି, ପାଙ୍ଗାଙ୍ଗ ହ୍ରଦ, ଲେହ ସହର, ଲଦାଖି ଗ୍ରାମ, ସିନ୍ଧୁ ସଙ୍ଗମ ଏବଂ ଅନେକ ବୌଦ୍ଧ ମନାଷ୍ଟ୍ରି ଭିତରେ ବୁଲି ଆସିବାର ରୋମାଞ୍ଚ ଅନୁଭବ କରିବେ। ଏ ଭ୍ରମଣ କାହାଣୀ ପୁସ୍ତକ ପ୍ରତି ପାଠକଙ୍କ ଆଗ୍ରହ ଓ ଶ୍ରଦ୍ଧା ଲାଭ ଆଶା ରଖିଛି।

You May Also Like

More From Author

+ There are no comments

Add yours