ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା 

ଶବ୍ଦ ଓଡିଶା ବ୍ୟୁରୋ : ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା। ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ରାସ୍ତାରେ ହୋଇଥିବା ଏହି ଦୁର୍ଘଟଣାରେ ୧୩ ଜଣ ମହିଳା ଆହତ ହୋଇଥିବା ଦେଖିବାକୁ ମିଳିଛି ।

ଦୁର୍ଘଟଣାରେ ମହିଳା, କିଶୋରୀ ଓ ଶିଶୁ ଆହତ ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଦେବଗଡ଼ ପୌରାଂଚଳ ନୀଳବର୍ଣ୍ଣି ସାହି ଓ ପତ୍ରାପାଲି ସାହିର ବୋଲି ଜଣାପଡିଛି । ସେହିପରି ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତର ଥିବା ଜଣା ପଡିଛି । ଦୁର୍ଘଟଣାସ୍ଥଳରୁ ଦୁର୍ଘଟଣା ଗସ୍ତ ଟାଟା ମ୍ୟାଜିକକୁ ପୁଲିସ ଟାଣି ନେଇଥିବା ବେଳେ ଡାକ୍ତରଖାନାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।

You May Also Like

More From Author

+ There are no comments

Add yours