Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ : ଯୁବକଙ୍କୁ ହତ୍ୟା କରି ଗାଁ ଦାଣ୍ଡରେ ପକାଇଦେଇ ପଳାଇଲେ ଦୁର୍ବୃତ୍ତ। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ତାକୁଡ ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ଲେଣ୍ଡି ଗାଁର ରମେଶ ବାରିକ। ରମେଶଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି।

ସକାଳେ ଗାଁ ଦାଣ୍ଡରେ ରମେଶଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ବୌଦ୍ଧ ଆଦର୍ଶ ଥାନା ପୁଲିସକୁ ଖବର ଦେଇଥିଲେ। ଏହାସହ ରମେଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବାକୁ ଗଲେ ରମେଶଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ପଳାଇଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *