Wed. Oct 14th, 2026

ଭୁବନେଶ୍ୱର ନିଳାଦ୍ରୀ ବିହାରସ୍ଥିତ ସୀତାନାଥ ବସ୍ତି ରେ ରହୁଥିବା ପିଲାମାନଙ୍କୁ ନେଇ ଯଶୋଦା ମା ଫାଉଣ୍ଡେସନ ଦ୍ୱାରା ଆରମ୍ଭ ହୋଇଥିବା ବର୍ଣ୍ଣ ବୋଧ ପାଠଶାଳା ରେ ମାଷ୍ଟର ଗିରିଜା ମେମୋରିଆଲ ରୋଡସେଫ୍ଟଟି ଫାଉଣ୍ଡେସନ ଟ୍ରଷ୍ଟ ଓ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ପାଳିତ ହୋଇଯାଇଛି ୫୧ ତମ ଗିରିଜା ଅନ୍ନଦାନ ଉତ୍ସବ।ପ୍ରକାଶ ଥାଉକି ରାସ୍ତା ଦୁର୍ଘଟଣା ରେ ପ୍ରାଣ ହରାଇଥିବାଏକମାତ୍ର ପୁତ୍ର ଗିରିଜା ର ସ୍ମୃତିରେ ମା ଅମୀୟବାଳା ପରିଡା ଗରିବ ମେଧାବୀ ପିଲା ମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ସହିତ ପ୍ରତ୍ୟେକ ମାସର ୨୫ ତାରିଖରେ ବିଭିନ୍ନ ସ୍ଥାନରେ ଅନ୍ନଦାନ କରିଥାନ୍ତି।ଆଜିର ଏହି ଅନ୍ନଦାନ କୁ ମିଶାଇ ୫୧ ମାସ ହେଲା ଅମୀୟବାଳା ବିଭିନ୍ନ ସ୍ଥାନରେ ଅନ୍ନଦାନ କରିବା ସହିତ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରିଚାଲିଥିବେ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବର୍ଣ୍ଣବୋଧ ପାଠଶାଳା ର ପ୍ରାୟ୧୨୦ରୁ ଉର୍ଦ୍ଧ୍ୱ ପିଲା ସାମିଲ ହୋଇଥିଲେ।ଯଶୋଦା ମା ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଲେଙ୍କା ଙ୍କ ସହାୟତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପିଲାମାନଙ୍କୁ ସଡକ ସୁରକ୍ଷା ବିଷୟରେ ସଚେତନ କରାଯାଇଥିଲା। ହସ ଖୁସି ସହିତ ଏକ ଭାବପ୍ରବଣ ପରିବେଶ ମଧ୍ୟରେ ମାଷ୍ଟର ଗିରିଜା ଙ୍କ ସ୍ମୃତି ଚାରଣ କରାଯାଇଥିଲା। ପରିଶେଷରେ ପିଲାମାନଙ୍କୁ ଖାଦ୍ୟ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *