Wed. Oct 14th, 2026
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଇଁଲଛାଟ ଛକ ନିକଟ ଦଳଟାଙ୍ଗର ସଂରକ୍ଷିତ ଜଙ୍ଗଲରେ ଉଲୁଣ୍ଡା ବନ ବିଭାଗ ପକ୍ଷରୁ ଚଢ଼ାଉ। ଶାଳ ଗଣ୍ଡି ଜବତ ସହ ୪ ଜଣ ଙ୍କୁ ଗିରଫ କରିଛି ବନ ବିଭାଗ। ଉକ୍ତ ଜଙ୍ଗଲରେ ଶାଳ ଗଣ୍ଡି କଟା ଯାଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ରେଞ୍ଜର ସଂଜୀବ ରାଉତଙ୍କ ନେତୃତ୍ୱରେ ବନ ବିଭାଗ ଟିମ ଚଢ଼ାଉ କରିଥିଲେ ଓ ସେଠାରେ ୭ଟି ଶାଳ ଗଣ୍ଡି,୧୦ଖଣ୍ଡ ସାଇଜ କାଠ, ଦୁଇଟି କରତ ଏବଂ ଗୋଟିଏ ବାଇକ ଜବତ କରିଥିଲେ ।ଏଥିସହିତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ନାଏକପଡାର ଗାଁର ରମେଶ୍ୱର ରଣା, ବିସିପଡାର ବିରଞ୍ଚି ରାଉତ, ଅଇଁଲାଛାଟର ଏମପି ପଧାନ ଏବଂ ଲିକୁ ପାଳିକୁ ଗିରଫ କରିଥିଲେ ।ଏନେଇ ଆଜି ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *