ଉପନିର୍ବାଚନ ପାଇଁ ୱାର୍ଡ ସଭ୍ୟ ସଭ୍ୟା ଙ୍କ ବି ଡି ଓ ଙ୍କ ପାଖେ ଦ୍ୱାରସ୍ଥ

@ ଚନ୍ଦା ହାଣ୍ଡି 23/8(ଆ ପ୍ର )– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଂଚାୟତ ରେ ସରପଞ୍ଚ ପଦବୀ ଉପନିର୍ବାଚନ କରିବା ପାଇଁ ପଂଚାୟତ ର 8 ଜଣ ୱାର୍ଡ ସଭ୍ୟ ସଭ୍ୟ ବିଡିଓ ଙ୍କ ଦ୍ଵାରସ୍ଥ ହୋଇଥିବା ନେଇ ୱାର୍ଡ ସଭ୍ୟ ସଭ୍ୟ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ସରପଞ୍ଚ ଦାୟୀତ୍ୱ ରେ ଥିବା ନାଏବ ସରପଞ୍ଚ କଲ୍ୟାଣୀ ନାୟକ ୱାର୍ଡ ସଭ୍ୟ ସଭ୍ୟା ଙ୍କ ସହ ତାଳମେଳ ଠିକ ରଖୁ ନଥିବା ସହ ପଞ୍ଚାୟତ ର ଗୃହିତ କୌଣସି ବିଲ ଏବଂ ଉନ୍ନୟନ କାର୍ଯ୍ୟ ବାବଦ ରେ ୱାର୍ଡ ସଭ୍ୟ ମାନଙ୍କୁ ନ ଜଣାଇ ମନମୁଖୀ କାର୍ଯ୍ୟ କରୁ ଥିବା ନେଇ ସେମାନେ ତାଙ୍କ ଅଭିଯୋଗ ରେ ଦର୍ଶାଇଛନ୍ତି l ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ବୁଝିବେ ବୋଲି ବି ଡି ଓ ଧର୍ମରାଜ ମାଝି ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ପ୍ରତିଶ୍ରୁତି ଦେଇ ଥିବା ନେଇ ସେମାନେ ପ୍ରକାଶ କରିଛନ୍ତି l ଏ ବାବଦରେ ସେମାନେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହେବେ ବୋଲି ସେମାନେ ସୂଚନା ଦେଇଛନ୍ତି l ଅସିଦ୍ଧ ଘୋଷିତ ସରପଞ୍ଚ ଭଗବାନ ମାଝି ଙ୍କ ନାମରେ ଥିବା ବ୍ୟାଙ୍କ ପାସ ବୁକ ବର୍ତ୍ତମାନ ସୁଧା ପରିବର୍ତ୍ତନ କରା ଯାଇ ନ ଥିବା ରୁ ବିଶେଷ ଅସୁବିଧା ହେଉଥିବା ନେଇ ଦାୟିତ୍ୱ ରେ ଥିବା ନାଏବ ସରପଞ୍ଚ କଲ୍ୟାଣୀ ନାୟକ ପ୍ରକାଶ କରିବା ସହ ୱାର୍ଡ ସଭ୍ୟ ସଭ୍ୟା ଙ୍କ ସହ ଅସହଯୋଗ କୁ ସେ ଅସ୍ଵୀକାର କରିଛନ୍ତି l ଏ ଦିଗରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ୱାର୍ଡ ସଭ୍ୟ ସଭ୍ୟା ଦାବୀ କରିଛନ୍ତି l ଏହାର ଖିଲାପ ହେଲେ ସେମାନେ ସାମୁହିକ ଇସ୍ତଫା ପ୍ରଦାନ କରିବେ ବୋଲି ସେମାନେ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି l
ପ୍ରକାଶ ଥାଉକି ଦଳବେଡା ପଞ୍ଚାୟତ ର ସରପଞ୍ଚ ଳ ଭଗବାନ ମାଝି l ଛ ମାସ ତଳେ 2 ରୁ ଉର୍ଦ୍ଧ ସନ୍ତାନ ଥିବା ଅଭିଯୋଗ ରେ ଜିଲ୍ଲା ପ୍ରଶାସନ l ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ନାଏବ ସରପଞ୍ଚ ଶ୍ରୀମତୀ କଲ୍ୟାଣୀ ନାୟକ ଙ୍କୁ ସରପଞ୍ଚ ଦାୟୀତ୍ୱ ହସ୍ତାନ୍ତର କରା ଯାଇଥିଲା l ସରପଞ୍ଚ ଦାୟୀତ୍ୱ ନେବା ପରେ ଶ୍ରୀମତୀ ନାୟକ କୁଆଡେ ପଞ୍ଚାୟତ ର ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ସହ ଉତ୍ତମ ସମନ୍ଵୟ ରକ୍ଷା ନକରିବା ସହ ପଞ୍ଚାୟତ ରେ ଗୃହିତ କୌଣସି ବିଲ ସେମାନଂକୁ ପଢି ଶୁଣାଉ ନ ଥିବା ନେଇ ୱାର୍ଡ ସଭ୍ୟା ସାବେତ୍ରୀ ମାଝି, ସୁଲୟା ମାଝି, ଲକ୍ଷ୍ମୀ ସୁନାନୀ, ଯମୁନା ମାଝି, ସୁ୍ଧେଷ୍ଠା ଜାଲ, ୱାର୍ଡ ସଭ୍ୟ ନବୀନ ଖରସେଲ, ଘନ ମାଝି, ଜଗତୁ ପୋଟା ପ୍ରମୁଖ ଅଭିଯୋଗ କରିଛନ୍ତି l ଯାହା ଦ୍ୱାରା ସେମାନଙ୍କ ୱାର୍ଡ ରେ ଉନ୍ନୟନ କାର୍ଯ୍ୟ ରେ ଘୋର ବାଧା ଦେଖା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି l ଏଥିପାଇଁ ତୁରନ୍ତ ସରପଞ୍ଚ ଉପ ନିର୍ବାଚନ କରିବା ପାଇଁ ଗତ 22 ତାରିଖ ଦିନ ବି ଡି ଓ ଙ୍କ ଦ୍ଵାରସ୍ଥ ହୋଇ ଥିଲେ l ନାଏବ ସରପଞ୍ଚ ଙ୍କୁ ସରପଞ୍ଚ ଦାୟିତ୍ୱ ଦିଆ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା ବ୍ୟାଙ୍କ ପାସ ବୁକ ପୁରୁଣା ସରପଞ୍ଚ ନାମ ରେ ରହିଥିବା ରୁ ପଞ୍ଚାୟତ ର ଅନ୍ୟ ରାଶି ପାଇଁ ଅସୁବିଧା ଦେଖା ଦେଉ ଥିବା ନେଇ ନାଏବ ସରପଞ୍ଚ କଲ୍ୟାଣୀ ନାୟକ ପ୍ରକାଶ କରିଛନ୍ତି l ଏବାବ ଦ ରେ ପୁରୁଣା ସରପଞ୍ଚ ଭଗବାନ ମାଝି ଙ୍କୁ ଯୋଗା ଯୋଗ କରିବା ରୁ ସେ ସରପଞ୍ଚ ରୁ ଅସିଦ୍ଧ ଘୋଷଣା ପରେ ମୋ ନାମରେ ରହିଥିବା ବ୍ୟାଙ୍କ ଏକାଉଣ୍ଟ କାହିଁକି ଚେଞ୍ଜ କରାଯାଉନି l ଏବାବଦ ରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା କୁ ସେ ଦାବୀ କରିଛନ୍ତି l ଜଣେ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରି 6 ମାସ ହେବ କାହିଁକି ପ୍ରଶାସନ ଉପନିର୍ବାଚନ କରୁ ନାହିଁ l ଏଥିରେ ପ୍ରଶାସନ ର ସ୍ୱାର୍ଥ କଣ ବୋଲି ଏଠାରେ ଚର୍ଚ୍ଚା ଜୋର ଧରିବା ସହ ତୁରନ୍ତ ଉପନିର୍ବାଚନ କରିବା ପାଇଁ ସାଧାରଣ ରେ ଦାବୀ କରାଯାଇଛି l >
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦମିଡିଆ

You May Also Like

More From Author

+ There are no comments

Add yours