ବୈଷୟିକ ଶିକ୍ଷା ପରେ ନିଯୁକ୍ତି ପାଇ ସମ୍ୱର୍ଦ୍ଧିତ ହେଲେ ଶୁକଦେବ

ପୁରୀ ଜିଲ୍ଲାର ପ୍ରତାପ ରାମଚନ୍ଦ୍ର ପୁର, ବାଲିସାହିର ପିତୃମାତୃହୀନ ଶୁକଦେବ ପ୍ରଧାନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ପୁରୀରୁ ଇଲେକ୍ଟ୍ରୋନିକ୍ସ ମେକାନିକ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇ ମାରୁତି ସୁଜୁକି ପ୍ରାଇଭେଟ କମ୍ପାନୀ ଅହମଦାବାଦରେ ନିଯୁକ୍ତି ପାଇଛନ୍ତି । କ୍ୟାମ୍ପସ ଚୟନ ମାଧ୍ୟମରେ ଶୁକଦେବ ନିଯୁକ୍ତି ପାଇବା ପରେ ତାଙ୍କୁ ପ୍ରଶଂସାପତ୍ର, ପୁଷ୍ପଗୁଚ୍ଛ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସମ୍ବର୍ଦ୍ଧିତ କରିଛନ୍ତି ଓ ଶୁକଦେବ ର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ସେ ହେଉଛନ୍ତି ଉତ୍କଳ ବାଳାଶ୍ରମ, ପୁରୀର ଅନ୍ତେବାସୀ । ଏହା ପୂର୍ବରୁ ସେ ଆଚାର୍ଯ୍ୟ ହରିହର ଶିଶୁ ଭବନ, ସାକ୍ଷୀଗୋପାଳରେ ରହୁଥିଲେ ଏବଂ ସରକାରଙ୍କ ତରଫରୁ ପୃଷ୍ଠପୋଷାକ ସହାୟତା ପାଉଥିଲେ । ଏହି ସମ୍ବର୍ଦ୍ଧନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପୁରୀର ଅଧ୍ୟକ୍ଷ ଅରବିନ୍ଦ ଘୋଷ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଇତିମଧ୍ୟରେ ଦ୍ରୌପଦୀ ମହିଳା ସମିତିର ଅନ୍ତେବାସୀ ବୁଧୁରାଇ ଟୁଡୁ ଓ ଉତ୍କଳ ବାଳାଶ୍ରମର ଶାନ୍ତିଲତା ବେହେରା ବିଜୁ ପଟ୍ଟନାୟକ ବୈଷୟିକ ପ୍ରତିଷ୍ଠାନରୁ ଡିପ୍ଲୋମା ଇଞ୍ଜିନିୟରିଙ୍ଗ ସମାପ୍ତ କରି କ୍ୟାମ୍ପସ ଚୟନ ମାଧ୍ୟମରେ ଚେନ୍ନାଇରେ କାର୍ଯ୍ୟରତ l ବାସ୍ତବରେ ବିପରୀତ ପରିସ୍ଥିତିରୁ ଆସି ମଧ୍ୟ ଶୁକଦେବ, ବୁଦ୍ଧୁରାଇ, ଶାନ୍ତିଲତା ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛନ୍ତି

You May Also Like

More From Author

+ There are no comments

Add yours