
ପୁରୀ: ଚିକିତ୍ସା ସହାୟତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୦୦୦ ଟଙ୍କା ସହାୟତା ଦିଆଯାଇଛି। ଚନ୍ଦନପୁର ଚାଳିଶି ବାଟିଆ ପଞ୍ଚାୟତ ପିତେଇପୁର ଗ୍ରାମର ନିଆଲୀ ମାଣ୍ଡିଆଙ୍କ ପୁତ୍ର ରମେଶ ଦୁରାରୋଗ୍ୟ କ୍ୟାନ୍ସର ରେ ପୀଡ଼ିତ ଥିବା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ରମେଶ ଙ୍କ ଅବସ୍ଥା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ରେଡକ୍ରସ ପାଣ୍ଠି ରୁ ଦଶ ହଜାର ଟଙ୍କା ମଞ୍ଜୁର କରିଥିଲେ । ତତ ସହିତ ତାଙ୍କ ନାବାଳକ ପିଲାମାନଙ୍କୁ ପାଠ ପଢିବାର ବ୍ୟବସ୍ଥା କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜରୁରୀ ବିଭାଗ ଡିପିଓ ସୁକାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ