ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିତ୍ୟକୁ ନେଇ ଡକ୍ଟର ସୁରେନ୍ଦ୍ର କହଁରଙ୍କ ନୂଆ ବହି

ଦାମନଯୋଡି: କୁନି କୁନି ପିଲାଙ୍କ ପାଇଁ ସରଳ ଭାଷାରେ ଏକାଧିକ ବହି ଲେଖିଥିବା କୋରାପୁଟ ଜିଲ୍ଲା ଦାମନଯୋଡିର ଡକ୍ଟର ସୁରେନ୍ଦ୍ର କହଁର ଏବେ ଲେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ସୁନ୍ଦର ବହି । ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ସେ ଲେଖିଥିବା ଶିଶୁ ସାହିତ୍ୟ ବହି ମାଟିର ସନ୍ତାନ ଖୁବ ଲୋକପ୍ରିୟ ହୋଇଥିବା ବେଳେ ଭାରତର ପ୍ରଥମ ଆଦିବାସୀ ଜନଜାତିର ରାଷ୍ଟ୍ରପତିଙ୍କ କାହାଣୀକୁ ପିଲା ମାନଙ୍କ ପାଇଁ ଖୁବ ସରଳ ଢଙ୍ଗରେ ଲେଖିଛନ୍ତି ଡକ୍ଟର କହଁର । ମହାମହିମ ରାଷ୍ଟ୍ରପତିଙ୍କ ଜୀବନ ସଂଘର୍ଷ,ମହତ ବିଚାର,ନିରାଡମ୍ୱର ବ୍ୟକ୍ତିତ୍ୟ ଭଳି ବିଭିନ୍ନ ଦିଗ ବହିରେ ଛୋଟ ଛୋଟ କାହାଣୀ ଭାବେ ପରିବେଷିତ ହୋଇଛି । ଏ ନେଇ ବହିଟିଏ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି ଡକ୍ଟର କହଁର ।

ଦାମନଯୋଡିର ନାଲକୋରେ କାର୍ଯ୍ୟରତ ଶ୍ରୀଯୁକ୍ତ କହଁର ନିଜ ବୃତ୍ତି ସହ ବିଭିନ୍ନ ଗଠନ ମୂଳକ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । ସେ ଦାମନଯୋଡି ଅଂଚଳରେ ବିଭିନ୍ନ ସ୍ଥାନରେ ଗଛ ଲଗାଉଥିବା ଜଣେ ସବୁଜ ବିପ୍ଲବୀ ଭାବରେ ଜଣାଶୁଣା । ଗରିବ ଛାତ୍ରଛାତ୍ରୀଙ୍କୁ ପାଠପଢା ପାଇଁ ବହି ହେଉ କିମ୍ୱା ପାରିପାର୍ଶ୍ୱିକ ଅଂଚଳରେ ବୃକ୍ଷରୋପଣ ଓ ସଚେତନତା କ୍ଷେତ୍ରରେ ଡକ୍ଟର ସୁରେନ୍ଦ୍ର କହଁର ନିରବଚ୍ଛିନ୍ନ ଉଦ୍ୟମ କରିଛନ୍ତି । ଏବେ ଏବେ ଡକ୍ଟର କହଁର ଲେଖିଥିବା ଶିଶୁ ସାହିତ୍ୟ ବହି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୁ ନେଇ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଆଶା କରିଛନ୍ତି ,ସୁରେନ୍ଦ୍ର କହଁର । ଆଶା ,ବହିଟି ପାଠକୀୟ ଆଦୃତି ଲାଭ କରିବ ।

You May Also Like

More From Author

+ There are no comments

Add yours