ମହାମହିମ ରାଜ୍ୟପାଳଙ୍କୁ ଭେଟିଲେ ସମାଜସେବୀ ନିବେଦିତା ଲେଙ୍କା

ମହାମହିମ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ,ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କା । ଯଶୁଆପୁର ମହୋତ୍ସବ ଉପରେ ହୋଇଥିବା ଡାକ ଲଫାଫା ପ୍ରଦାନ କରିବା ଅବସରରେ ଶାନ୍ତିସ୍ତୁପ ମ୍ୟାଗାଜିନର ଏକ ଟିମ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଏହି ଅବସରରେ ସମାଜସେବୀ ନିବେଦିତା ରାଜ୍ୟପାଳଙ୍କୁ ଯଶୋଦା ମା ଫାଉଣ୍ଡେସନ ଜରିଆରେ ବର୍ଣ୍ଣବୋଧ ପାଠଶାଳା,ଗରିବ ତଥା ମେଧାବୀ ଛାତ୍ର ଛାତ୍ରୀଙ୍କୁ କିଭଳି ପ୍ରୋତ୍ସାହନ ଦିଆଯାଉଛି, ସେ ନେଇ ସକ୍ଷେପରେ ସୂଚନା ଦେଇଥିଲେ । ବର୍ଣ୍ଣବୋଧ ପାଠଶାଳାର କୁନି କୁନି ପିଲା ରାଜ୍ୟପାଳଙ୍କୁ ଭେଚିବା ନେଇ ଆଗ୍ରହ ପ୍ରକାଶ କରିଥିବା ନେଇ ରାଜ୍ୟପାଳଙ୍କୁ ଜଣାଇଥିଲେ । ରାଜ୍ୟପାଳଙ୍କ ନିରାଡମ୍ୱର ବ୍ୟକ୍ତିତ୍ୟ ଓ ଭଲ କାମ ପାଇଁ ପରାମର୍ଶ,ସବୁବେଳେ ମନେ ରହିବ ବୋଲି ଜଣାଇଛନ୍ତି ସମାଜସେବୀ ନିବେଦିତା ।

You May Also Like

More From Author

+ There are no comments

Add yours