Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ : ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ବୈତରଣୀ ଫୁଲିବାରେ ଲାଗିଛି । ଆଖୁଆପଦାଠାରେ ବୈତରଣୀର ବିପଦସଂକେତ ୧୭.୮୩ ମିଟର ଥିବା ବେଳେ ରାତି ୮ଟା ସୁଦ୍ଧା ଏଠାରେ ଜଳସ୍ତର ୧୭.୭୯ ମିଟର ରହିଛି । ଉପରମୁଣ୍ଡ କେନ୍ଦୁଝର ଜିଲ୍ଲାରେ ବର୍ଷା ପରିମାଣ କିଛିଟା କମିଛି। ତଥାପି ରାତିରେ ବୈତରଣୀ ବିପଦସଂକେତ ଅତିକ୍ରମ କରିବା ଆଶଙ୍କା କରାଯାଉଛି।

ବୈତରଣୀରେ ଦ୍ବିତୀୟ ବନ୍ୟା ଆସିଲେ ଯାଜପୁର ଜିଲ୍ଲାର ଦଶରଥପୁର ପ୍ରତି ବିପଦ ଆଣିବ। ବିଶେଷ କରି ଗତ ୧୦ ଦିନ ମଧ୍ୟରେ ବୈତରଣୀ ନଦୀବନ୍ଧର ଦୁଇଟି ସ୍ଥାନରେ ଧସିଯାଇଛି। ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *