Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ : ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୨୦୧୭ର ସେକ୍ସନ ୮(୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ପ୍ରଧାନଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। କାର୍ଯ୍ୟରେ ଯୋଗଦେବା ଦିନଠାରୁ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ। ସେ ବର୍ତ୍ତମାନ ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର ଅଛନ୍ତି।

୧୯୬୧ ମସିହା ଜୁଲାଇ ୭ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ପ୍ରଧାନ ୨୦୦୪ରେ ଶାନ୍ତିନିକେତନ ବିଶ୍ବଭାରତୀ ଓଡ଼ିଆ ବିଭାଗର ପ୍ରଫେସର ଭାବେ ଯୋଗଦେଇଥିଲେ। ଆଧୁନିକ ଓଡ଼ିଆ ସାହିତ୍ୟ ଓ ଭାଷା ‌ଉପରେ ରୁଚି ରଖୁଥିବା ପ୍ରଫେସର ପ୍ରଧାନଙ୍କ ଅଧୀନରେ ୧୪ଜଣ ଛାତ୍ରଛାତ୍ରୀ ଗବେଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *