ପୁଅର ଦେହାନ୍ତ ଦୁଃଖକୁ ସହିପାରିଲେନି ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’

ଶବ୍ଦ ଓଡିଶା ବ୍ୟୁରୋ : ପୁଅକୁ ଝୁରି ଝୁରି ଚାଲିଗଲେ ସହିଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ମାଆ । ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ । ଏହି ଧକ୍କାକୁ ସହି ପାରିନଥିଲେ ସହିଦଙ୍କ ଅସୁସ୍ଥ ମାଆ ସୁନ୍ଦରୀ ଖୁଣ୍ଟିଆ । ୭ ଦିନ ଭିତରେ ସେ ଆହୁରି ଅସୁସ୍ଥ ହୋଇ ପଡିଥିଲେ । ଗତ ୪ ଦିନ ହେଲା ଖିଆପିଆ ଛାଡି ଦେଇଥିଲେ ।
ସକାଳେ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଆନନ୍ଦପୁର ହସପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours