Thu. Oct 15th, 2026

ଦେଶର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଏସ୍‌ବିଆଇ(ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ) ଏହାର ସ୍ଵତନ୍ତ୍ର ଏଫ୍‌ଡି ଯୋଜନା ‘ଅମୃତ କଳସ ସ୍କିମ୍‌’ରେ ପୁଞ୍ଜି ନିବେଶର ସମୟ ସୀମାକୁ ପୁଣି ଥରେ ବୃଦ୍ଧି କରିଛି। ଅଗଷ୍ଟ ୧୫ରେ ଏହା ଶେଷ ହେବାକୁ ଥିବା ବେଳେ ଏବେ ଏହା ଡିସେମ୍ବର ୩୧ ଯାଏ ଚାଲିବ। ଫଳରେ ଗ୍ରାହକମାନେ ଏହି ସ୍ଵତନ୍ତ୍ର ଯୋଜନାରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ବିନିଯୋଗ କରିବାକୁ ସକ୍ଷମ ହେବେ।

ବ୍ୟାଙ୍କର ଓ୍ବେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନାନୁଯାୟୀ, ୪୦୦ ଦିନର ଏହି ଏଫ୍‌ଡି ଯୋଜନାରେ ସର୍ବାଧିକ ୭.୬୦ ପ୍ରତିଶତ ସୁଧହାର ଦିଆଯାଉଛି। ୨୦୨୩ ଏପ୍ରିଲ ୧୨ରୁ ଏହି ନୂତନ ହାର ଲାଗୁ ହୋଇଛି।

ତେବେ ଏହି ଯୋଜନା ଅଧୀନରେ ଗ୍ରାହକମାନେ ମାଚ୍ୟୁରିଟି ଉପରେ ସୁଧଟଙ୍କା ପାଇଥାନ୍ତି। ଟିଡିଏସ୍‌ ପରିମାଣ କାଟିବା ପରେ ବ୍ୟାଙ୍କ ସୁଧ ରାଶିକୁ ଏଫ୍‌ଡି ଆକାଉଣ୍ଟକୁ ସ୍ଥାନାନ୍ତର କରେ। ଯଦି କେହି ୪୦୦ ଦିନ ପୂର୍ବରୁ ଜମା ରାଶି ପ୍ରତ୍ୟାହାର କରିବାକୁ ଚାହାନ୍ତି ତେବେ ସେ ୦.୫୦%ରୁ ୧% ପର୍ଯ୍ୟନ୍ତ ଜରିମାନା ଦେଇ ଏହାକୁ ପ୍ରତ୍ୟାହାର କରିପାରିବେ। ଏହି ଯୋଜନାରେ ବିନିଯୋଗ କରିବାର ଅନ୍ୟ ଏକ ସୁବିଧା ହେଉଛି ଯେ ଗ୍ରାହକମାନେ ଜମା ରାଶି ବିରୁଦ୍ଧରେ ଋଣର ସୁବିଧା ମଧ୍ୟ ପାଇପାରିବେ।

Leave a Reply

Your email address will not be published. Required fields are marked *