ଶବ୍ଦ ଓଡିଶା ବ୍ୟୁରୋ: ଡୋପ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଦୂତୀ ଚାନ୍ଦ । ଚଳିତ ବର୍ଷ ଜାନୁୟାରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ ହେବ । ଜାନୁୟାରୀ ୩ ତାରିଖରୁ ଦୂତୀ ଯେଉଁ ଇଭେଣ୍ଟଗୁଡିକରେ ଅଂଶ ଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡିକୁ ଅଯୋଗ୍ୟ ଘୋଷଣା କରାଯିବ । ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ଅଧ୍ୟକ୍ଷ ଗୁରୁବାର ଏହି ସୂଚନା ଦେଇଛନ୍ତି । ତଥାପି ଏହି ଦଣ୍ଡ ବିରୋଧରେ ଆଂଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ଆଗରେ ନିଜର ପକ୍ଷ ରଖିବାକୁ ଦୂତି ଚାନ୍ଦଙ୍କୁ ୨୧ ଦିନର ସମୟ ଦିଆଯାଇଛି ।
