
ନୂଆଦିଲ୍ଲୀ, ୧୭/୦୮: କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଠକେଇ ରୋକିବା ପାଇଁ ସରକାର ସିମ୍ କାର୍ଡ ଡିଲରଙ୍କ ପୋଲିସ୍ ଭେରିଫିକେସନକୁ ବାଧ୍ୟତାମୂଳକ ବାଧ୍ୟତାମୂଳକ କରିଦିଆଯାଇଛି। ଆଉ ଅଧିକ ପରିମାଣରେ ସିମ୍ ଯୋଗାଇବା ମଧ୍ୟ ବନ୍ଦ କରିଦିଆଯାଇଛି। ସଞ୍ଚାର ସାଥୀ ପୋର୍ଟାଲ ଲଞ୍ଚ ପରଠାରୁ ୫୨ ଲକ୍ଷ କନେକ୍ସନ ବନ୍ଦ କରାଯାଇଛି। ୬୭ ହଜାର ଡିଲରର ନାମକୁ କଳା ତାଲିକାଭୁକ୍ତ କରାଯାଇଛି। ୨୦୨୩ ମେ’ରେ ସିମ୍ କାର୍ଡ ଡିଲରଙ୍କ ବିରୋଧରେ ୩୦୦ ପ୍ରାଥମିକ ମାମଲା ରୁଜୁ କରାଯାଇଛି। ହ୍ବାଟ୍ସଆପ୍ ମଧ୍ୟ ନିଜ ଆଡ଼ୁ ୬୬ ହଜାର ଆକାଉଣ୍ଟ ବ୍ଲକ୍ କରିଛି । ଏହି ସବୁ ଆକାଉଣ୍ଟ ଠକେଇ ଭଳି କାମରେ ସାମିଲ୍ ଥିଲେ।
ସେ କହିଛନ୍ତି ଠକେଇ ଆଦିରେ ଅଙ୍କୁଶ ଲଗାଇବା ପାଇଁ ସିମ୍ କାର୍ଡ ଡିଲରଙ୍କ ପୋଲିସ ଭେରିଫିକେସନ ବାଧ୍ୟତାମୂଳକ କରିଦିଆଯାଇଛି। ନିୟମ ଉଲ୍ଲଘଂନ କଲେ ଡିଲରଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯିବ । ବୈଷ୍ଣବ କହିଛନ୍ତି ‘ ଏହା ବ୍ୟତୀତ ବ୍ୟବସାୟର କେଓ୍ବାଇସି ଏବଂ ସିମ୍ ନେଉଥିବା ବ୍ୟକ୍ତିଙ୍କ କେଓ୍ବାଇସି କରାଯିବ। କେଓ୍ବାସି ଜରିଆରେ କୌଣସି ସଂସ୍ଥାନ କିମ୍ବା ନିବେଶକଙ୍କ ପରିଚୟ ଏବଂ ଠିକଣା ପ୍ରମାଣିତ କରିବାରେ ସହାୟକ ହେବ।