ସମାଜସେବୀ ନିବେଦିତାଙ୍କୁ ଦୂରଦର୍ଶୀ ପତ୍ରିକା ତରଫରୁ ସମ୍ୱର୍ଦ୍ଧନା

ପଞ୍ଚଦଶ ତମ ଦୂରଦର୍ଶୀ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ଵର ଜୟଦେବ ଭବନ ଠାରେ ଶେଷ ହୋଇଛି । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସୂଚନା କମିଶନର ଦିଲ୍ଲୀପ ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ । ଦୀର୍ଘ 15 ବର୍ଷ ଧରି ଦୂରଦର୍ଶୀ ପତ୍ରିକା ଲୋକଙ୍କ ନିକଟରେ ପହଁଞ୍ଚିଛି । ଏହି ଅବସରରେ ଆୟୋଜିତ  କାର୍ଯ୍ୟକ୍ରମରେ ଦୂରଦର୍ଶୀ ତରଫରୁ ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଦିତ କରାଯାଇଛି । ବିଶିଷ୍ଟ ସମାଜସେବୀ ତଥା ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ସମାଜରେ ଛୋଟରୁ ବଡ ପରିବର୍ତ୍ତନ ପାଇଁ ତାଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ । ସମ୍ମାନପତ୍ର ଓ ଉପଢୌକନ ଦେଇ ନିବେଦିତାଙ୍କୁ ପୁରସ୍କୃତ କରିଥିଲେ ଅତିଥି । ଏହି ଅବସରରେ ଗାୟିକା ଜୟଶ୍ରୀ ଧଳ ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା ।  

You May Also Like

More From Author

+ There are no comments

Add yours