ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତେରମାଣପୁର ଗାଁ ନିକଟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ତେରମାଣପୁର ଗାଁ ଓ କୋଟ ସାହିରେ ବସବାସ କରୁଥିବା ପ୍ରାୟ ୧୦୦୦ରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଚାଷଜମିରେ ବାଲି ମାଡ଼ି ଯାଇଛି। ଏହାସହ କିଛି ଲୋକଙ୍କ ଘରେ ପାଣି ପଶିଯାଇଛି। ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ପ୍ରଶାସନ ଅଧିକାରୀ ପହଞ୍ଚି ନାହାନ୍ତି।
