ମହାନଦୀରେ ୨୦ ଫୁଟର ଘାଇ

ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତେରମାଣପୁର ଗାଁ ନିକଟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ତେରମାଣପୁର ଗାଁ ଓ କୋଟ ସାହିରେ ବସବାସ କରୁଥିବା ପ୍ରାୟ ୧୦୦୦ରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଚାଷଜମିରେ ବାଲି ମାଡ଼ି ଯାଇଛି। ଏହାସହ କିଛି ଲୋକଙ୍କ ଘରେ ପାଣି ପଶିଯାଇଛି। ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ପ୍ରଶାସନ ଅଧିକାରୀ ପହଞ୍ଚି ନାହାନ୍ତି।

You May Also Like

More From Author

+ There are no comments

Add yours