
ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଗାମୀ ରଥଯାତ୍ରା ସମୟରେ ଭିତର ରତ୍ନ ଭଣ୍ଡାର ଗୃହର ଯାଞ୍ଚ ପାଇଁ ଖୋଲିଯିବା ନେଇ ସ୍ଥିର କରାଯାଇଛି। ତେବେ ସର୍ବୋଚ୍ଚ ଅଥବା ଉଚ୍ଚ ନାୟାଳୟର ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ଥରୀୟ ବୈଷୟିକ କମିଟି ଭଣ୍ଡାର ଗୃହ ଖୋଲିବା ନେଇ ତଦାରଖ କରିବ । ସେହିପରି ASI ପକ୍ଷରୁ ସ୍ୱତନ୍ତ୍ର ବାହାରୁ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ଯାଞ୍ଚ କରି ରିପୋର୍ଟ ଦେବାକୁ ଆଜି ନିଷ୍ପତି ହୋଇଥିବା ବେଳେ ସେବାୟତ ବାସଗୃହ, ଗୁରୁକୁଳ ଆଶ୍ରମ, ମହାପ୍ରଭୁଙ୍କ ବନକ ଲାଗି ଓ ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବାକୁ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଅଛି। ଭିତର ରତ୍ନ ଭଣ୍ଡାର ଖୋଲାଯାଇ ଯାଞ୍ଚ କରିବାକୁ ଆଜି ପରିଚାଳନା କମିଟିରେ ନିଷ୍ପତି ନିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କୁ ଏ ନେଇ ସୁପାରିଶ କରାଯିବ।ତେବେ ଭଣ୍ଡାର ଗୃହ ଯାଞ୍ଚ ଓ ଖୋଲିବାକୁ ନେଇ ଏକ ଉଚ୍ଚ ସ୍ଥାରୀୟ ବୈଷୟିକ କମିଟି ଗଠନ କରାଯିବା ନେଇ ନିଷ୍ପତି ହୋଇଥିବା ବେଳେ କମିଟିକୁ ସର୍ବୋଚ୍ଚ ଅଥବା ଉଚ୍ଚ ନାୟଳୟର ଜଣେ ଅବସରପ୍ରାପ୍ତ ଜଜ ଅଧ୍ୟକ୍ଷତା କରିବେ।ସେହିପରି ଏହି କମିଟିରେ ASI ସଦସ୍ୟଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବୈଷ୍ୟୟିକ ସଦସ୍ୟ, ପରିଚାଳନା କମିଟିର ସଦସ୍ୟ ମାନେ ସାମିଲ ରହିବେ।ଆଗାମୀ ରଥଯାତ୍ରା ସମୟରେ ଭିତର ରତ୍ନ ଭଣ୍ଡାର ସୁରକ୍ଷିତ ଅଛି ନା ନାହିଁ ସେନେଇ ଯାଞ୍ଚ କରାଯିବ।ତେବେ ଏହା ପୂର୍ବରୁ ASI ନୂତନ ବୈଷୟିକ ଜ୍ଞାନ ର ବ୍ୟବହାର କରି ଭଣ୍ଡାର ଗୃହର ବାହାର ପଟୁ ସ୍ଥିତି ଯାଞ୍ଚ କରିବା ସହ ରିପୋର୍ଟକୁ ଦେବାକୁ ବୈଠକରେ ସ୍ଥିର କରାଯାଇଛି। ଆସନ୍ତା ପରିଚାଳନା କମିଟିରେ ଏହି ରିପୋର୍ଟ ଦାଖଲ ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ନିଆଯାଇଥିବା ଜିଲ୍ଲାପାଳ ମତ ରଖିଛନ୍ତି। ଅନ୍ୟପଟେ ବନକଲାଗି ବିବାଦ ସଂକ୍ରାନ୍ତରେ ଆଜି ବୈଠକରେ ଆଲୋଚନା କରାଯାଇଥିବା ବେଳେ ମାସକୁ ଦୁଇଟି ବୁଧବାରରେ ଦୁଇଥର ବନକ ଲାଗି କରାଯିବାକୁ ନିଷ୍ପତି ନିଆଯାଇଛି। ଯଦି ବୁଧବାର ଦିନ କୌଣସି ସମସ୍ୟା ଦେଖାଯାଏ ତେବେ ଆବଶ୍ୟକ ସ୍ଥଳେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ଅନୁସାରେ ଏହାକୁ ଗୁରୁବାର କରାଯିବ ।ସେହିପରି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବେଳେ ସିଂହଦ୍ୱାର ଦେଇ ଭକ୍ତଂକ ପ୍ରବେଶ ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଙ୍କ ପାଇଁ ପଶ୍ଚିମ ଦ୍ୱାର ରେ ପ୍ରବେଶ ଅନୁମତି ରହିଅଛି।ଆରକ୍ଷୀ ଅଧିକ୍ଷକଙ୍କ ପରାମର୍ଶ କ୍ରମେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଅନ୍ୟ ଦ୍ୱାର ଦେଇ ପ୍ରବେଶ ସଂକ୍ରାନ୍ତରେ ନିଷ୍ପତି ସେତେବେଳ ନିଆଯିବ। ଆଜିର ବୈଠକରେ ସେବାୟତ ଙ୍କ ପାରମ୍ପରିକ ଖେଳ କୁସ୍ତିର ବିକାଶ ପାଇଁ ସବୁ ଜାଗା ଆଖଡ଼ା ଆଦି ର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ। ସେବାୟତ ବାସଗୃହ ଯୋଜନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ହରଚଣ୍ଡୀ ସାହିରେ ଜାରି ରହିତବିବା କାର୍ଯ୍ୟ ସେପ୍ଟେମ୍ବର 2024 ସୁଦ୍ଧା ଶେଷ କରାଯିବା ନେଇ ଲକ୍ଷ ରଖାଯାଇଛି । ସେବାୟତ ପରିବାରର ପିଲାଙ୍କ ନିମନ୍ତେ ଗୁରୁକୁଳ କରାଯିବାକୁ ଥିବାବେଳେ ତାର ଟେଣ୍ଡର ଫାଇନାଲ କରାଯାଉଥିବା ବେଳେ ଆଗାମୀ ଅଗଷ୍ଟ 11ରେ ଟେଣ୍ଡର ଖୋଲାଯିବ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଗତ ରଥଯାତ୍ରା ଶୃଙ୍ଖଳିତ ଭାବେ ସରିଥିବା ବେଳେ ନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ତର୍ଜମା କରାଯାଇଥିବା ବେଳେ ପରବର୍ତୀ ସମୟରେ ଏହା ଉପରେ ନୀତି ସବକମିଟି ଆବଶ୍ୟକ ନିଷ୍ପତ୍ତି ନେବାକୁ ସ୍ଥିରୀକୃତ କରାଯାଇଛି।