Wed. Oct 14th, 2026

ସରକାର ଦେବେ ଶସ୍ତାରେ ଟମାଟୋ । ଅଗଷ୍ଟ ୧୫ ଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର । ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି।ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

ଖୁଚୁରା ବଜାରରେ ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ସିସିଏଫ୍‌ ଓ ଏନ୍‌ଏଫ୍‌ଇଡି ଦିଲ୍ଲୀ ଏନ୍‌ସିଆର୍‌, ଜୟପୁର ଓ ରାଜସ୍ଥାନର କୋଟାରେ ଟମାଟୋ ବିକ୍ରି କରିବ। ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ନୌ, କାନପୁର, ବାରଣସୀ ଓ ପ୍ରୟାଗରାଜ ସମେତ ବିହାରର ପାଟନା, ମୁଜାଫରପୁର, ଅର୍ରାହ ଓ ବକ୍ସରରେ ଟମାଟୋ ୫୦ ଟଙ୍କାରେ ବିକ୍ରି ହେବ।ଖାଉଟି ବ୍ୟାପାର ବିଭାଗର ନିର୍ଦ୍ଦେଶ ପରେ ଏନସିସିଏଫ୍ ଓ ନାଫେଡ୍ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ବଜାରରୁ ଟମାଟୋ କିଣିବା ଆରମ୍ଭ କରିଥିଲେ। ଅଗଷ୍ଟ ୧୩ ସୁଦ୍ଧା ଏନସିସିଏଫ ଓ ନାଫେଡ୍ ମୋଟ ୧୫ ଲକ୍ଷ କେଜି ଟମାଟୋ କିଣିଛନ୍ତି। ଏହି ଟମାଟର ସେସବୁ ଅଞ୍ଚଳକୁ ପଠାଯିବ, ଯେଉଁଠି ଟମାଟର ଦାମ୍‌ ଅଧିକ ରହିଛି ।

Leave a Reply

Your email address will not be published. Required fields are marked *