ବାପାକୁ ମୃତ୍ୟୁ ଦଣ୍ଡ ଓ ପୁଅକୁ ଆଜୀବନ

ଶବ୍ଦ ଓଡିଶା ବ୍ୟୁରୋ: ୨୦୨୦ ମସିହାରେ ସମ୍ୱଲପୁର ଜିଲ୍ଲାରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ହତ୍ୟାକାରୀ ବାପାକୁ ମୃତ୍ୟୁ ଦଣ୍ଡାଦେଶ ଓ ପୁଅକୁ ଆଜୀବନ ଜେଲ ଶୁଣାଇଲେ କୁଚିଣ୍ଡା ଏଡିଜେ । ଆଜୀବନ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତକୁ ଜରିମାନା ମଧ୍ୟ କରିଛନ୍ତି କୋର୍ଟ ।
୨୦୨୦ ମସିହା ଅକ୍ଟୋବର ୨୧ ତାରିଖରେ ଜମି ବାଡ଼ି ବିବାଦରୁ ମହୁଲପାଲି ଥାନା ଲପଡା ଗାଁରେ ଗୋଟିଏ ପରିବାରର ଗିରିଧାରୀ ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ ଓ ଶାଶୁ ପିରୋବତୀ ବେହେରାଙ୍କୁ ପଡୋଶୀ ନବୀନ ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ନବୀନକୁ ତା’ ପୁଅ ହେମାନନ୍ଦ ଦେହୁରୀ ସହଯୋଗ କରିଥିଲା। ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନବୀନ ଓ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମହୁଲପାଲି ଥାନା ପୁଲିସ୍‌।

You May Also Like

More From Author

+ There are no comments

Add yours