ଋଷିକୁଲ୍ୟା ଜିଲ୍ଲା ଦାବିରେ ଆଜି ଆସିକା ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଋଷିକୁଲ୍ୟା ଜିଲ୍ଲା ଦାବିରେ ଆଜି ଆସିକା ବନ୍ଦ । ଗଞ୍ଜାମ ଜିଲ୍ଲା ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମସ୍ତ ଦୋକନବଜାର ସହ ଶିଷାନୁଷ୍ଠାନ, କୋର୍ଟ, ବ୍ୟାଙ୍କ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

୧୯୯୩ ମସିହାରୁ ଋଷିକୂଲ୍ୟା ଜିଲ୍ଲା ଗଠନ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଗୁୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଆସିକା ସମେତ ଧରାକୋଟ, ଶେରଗଡ଼, ସାନଖେମୁଣ୍ଡି, କବିସୂର୍ଯ୍ୟନଗର, ବେଗୁନିଆପଡା, ପୋଲସରା, ହିଞ୍ଜିଳିକାଟୁ ସମେତ ୮ ବ୍ଲକର ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ନୂଆ ଜିଲ୍ଲା ଗଠନ କରିବାକୁ ଦାବି ହୋଇଛି ।

You May Also Like

More From Author

+ There are no comments

Add yours