ଚୁନାଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ସୁନ୍ଦରଗଡ କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ଦୁର୍ଘଟଣା । ଏକ ଲୁହା ବୋଝେଇ ଟ୍ରକ୍‌ ଘାଟିରେ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଗାଡ଼ି ଡ୍ରାଇଭର । ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ଲୁହା ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଘାଟିରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟିଥିବା ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କ୍ୟାବିନକୁ କାଟି ଡ୍ରାଇଭରଙ୍କ ମୃତଦେହ ବାହାର କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ।

You May Also Like

More From Author

+ There are no comments

Add yours