ବନକଲାଗି ହେଲେ ମହାପ୍ରଭୁ

ଶବ୍ଦ ଓଡିଶା ବ୍ୟୁରୋ: ମହାପ୍ରଭୁଙ୍କ ବନକଲାଗି ନୀତି ଶେଷ । ଚଳିତ ବର୍ଷ ନୀଳାଦ୍ରି ବିଜେଠାରୁ ମହାପ୍ରଭୁ ବନକଲାଗି ହୋଇପାରିନଥିଲେ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତିକ୍ରମେ ବୁଧବାର ହିଁ ଦତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିଛନ୍ତି । ବନକଲାଗି ପାଇଁ ଗତକାଲି ଅପରାହ୍ନ ପ୍ରାୟ ୫ଟା ୨୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ରାତି ପ୍ରାୟ ୧୦ଟାରେ ବନକଲାଗି ଶେଷ ପରେ ଦର୍ଶନ ସ୍ୱାଭାବିକ ହୋଇଥିଲା । ଗତକାଲି ଅପରାହ୍ନ ୪ଟା ୧୫ରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ମଇଲମ ଓ ତଡ଼ପଲାଗି ହୋଇଥିଲା ।

୫ଟା ୨୦ରେ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ୱାର ବନ୍ଦ ହୋଇଥିଲା । ବେହେରଣ ଦ୍ୱାର ଦେଇ ଦତ ମହାପାତ୍ର ସେବକମାନେ ୫ଟା ୪୫ରେ ବନକପେଡ଼ି ସହ ବନକଲାଗି ପାଇଁ ପ୍ରବେଶ କରିବା ସହ ସିଂହାସନକୁ ଉଠି ବନକଲାଗି କରିଥିଲେ । ବନକଲାଗି ପାଇଁ ୩ ଖଣ୍ଡ ଶ୍ରୀକପଡ଼ା ଓ ହିଙ୍ଗୁଳ, ହରିତାଳ ଆଦି ରଙ୍ଗ ଯୋଗାଇ ଦିଆଯାଇଥିଲା । ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରିଥିଲେ । ମହାସ୍ନାନ ନୀତି ଶେଷ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।

You May Also Like

More From Author

+ There are no comments

Add yours