Thu. Oct 15th, 2026

କୋରାପୁଟ : ଚଳିତ ବର୍ଷା ଋତୁରେ ଜିଲ୍ଲାର ୨୬ ନମ୍ବର ଜାତୀୟ ରାଜପଥ ବିଭାଗ ରାସ୍ତାର ଅବସ୍ଥା ଖରାପ ହେବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ପୋତା ଯାଇଥିବା ଖାଲ ଆଉ ଥରେ ବାହାରି ଯିବା ସହ ସ୍ଥାନେ ସ୍ଥାନେ ନୁଆ ଖାଲ ଖମା ସୃଷ୍ଟି ହେଇଛି। ଫଳ ରେ ବର୍ଷାରେ ଗାତରେ ପାଣି ଜମି ରହିଥିବାରୁ ରାସ୍ତା ଠିକ ଭାବି ଗାଡି ଗୁଡିକ ଖାଲରେ ପଡୁଥିବା ବେଳେ ଗାଡ଼ି ଗୁଡିକ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି। ସବୁଠାରୁ ଅଧିକ ଅସୁବିଧାରେ ପଡୁଛନ୍ତି ବାଇକ୍ ଆରୋହୀ। ରାତିରେ କମ ଆଲୁଅରେ ଗାତରେ ପଡି ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି। କୋରାପୁଟ ଠାରୁ ସୁନାବେଡା ରାସ୍ତା ର ବିଭିନ୍ନ ସ୍ଥାନ ରେ ଖାଲ ଖମା ହେଇଛି । ବ୍ରିଜ ମାନଙ୍କ ନିକଟରେ ସିମେଣ୍ଟ କଂକ୍ରିଟ ଭାଙ୍ଗିଯିବାରୁ ବେଶୀ ଖାଲ ହେଇଛି । କୋରାପୁଟ ସହର ନିକଟ ରେଳ ପୋଲ ତଳ ଜାତୀୟ ରାଜପଥ ରାସ୍ତା ଛାଏଁ ବର୍ଷାରେ ନଦୀ ଭଳି ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତାକୁ ବିଭାଗ ଦ୍ଵାରା ଯେତେ ମରାମତି କଲେ ମଧ୍ୟ ପୂର୍ବବତ୍ ରହୁଛି। ବର୍ଷା ସରିଲେ ଏହି ୨୬ ନମ୍ୱର ଜାତୀୟ ରାଜପଥର ଗାତ ପୋତିବା କାର୍ଯ୍ୟ ଆରମ୍ଭ ହୋଇଯାଏ ଏଥିରେ ବିନା ଟେଣ୍ଡର ରେ ବିଲ କରାଯାଇ ଉଭୟ ଯନ୍ତ୍ରୀ ଓ ଠିକାଦାର ପକେଟ ଗରମ କରିଥାନ୍ତି। ଏହା ଦଶହରା ବେଳକୁ ହୋଇଥାଏ ବୋଲି ଲୋକେ ଏହା ବିଭାଗର ଦଶହରା ଖର୍ଚ୍ଚ ବୋଲି ଅଭିଯୋଗ କରନ୍ତି । ଏହି ଜାତୀୟ ରାଜପଥ ସମ୍ପ୍ରସାରଣ ଓ ଆଧୁନିକୀକରଣ ହେବ ବୋଲି ଶୁଣି ଶୁଣି ଲୋକ ଙ୍କ ର ଅଭ୍ୟାସ ହୋଇ ଗଲାଣି। ବର୍ତ୍ତମାନ ଜାତୀୟ ରାଜପଥ ଉପରେ ଜବରଦଖଲ ମଧ୍ୟ ବୃଦ୍ଧି ପାଇଲାଣି । ବିଶେଷ କରି ସୁନାବେଡ଼ା କୋରାପୁଟ ମଧ୍ୟରେ ଡୁମୁରିପୁଟ ରେ ଏହା ବେଶୀ ଦେଖିବାକୁ ମିଳିଛି। ଡୁମୁରିପୁଟ ଛକ ନିକଟରେ ରାସ୍ତା ରେ ବସ, ଅଟୋ ପାର୍କିଂ ଯୋଗୁଁ ବହୁ ଦୁର୍ଘଟଣା ଘଟୁଛି ଏହି ଛକକୁ ପ୍ରଶସ୍ତ କରାଯାଇ ବସ ରହଣୀ ସ୍ଥାନ କରିବା ପାଇଁ ପଞ୍ଚାୟତବାସୀ ଦାବୀ କରୁଛନ୍ତି । ବିଭାଗ ଓ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି। ସେହିପରି ୨୬ ନମ୍ୱର ଜାତୀୟ ରାଜପଥ କୋରାପୁଟରୁ ସେମିଳିଗୁଡା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ଏକ ସୁନ୍ଦର ରାଜପଥ କରାଯିବାକୁ ଦାବି ହୋଇଛି ।ଯାହା ପର୍ଯ୍ୟଟନ ବିକାଶରେ ସହାୟକ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି।

କୋରାପୁଟରୁ ଦିଲ୍ଲୀପ କୁମାର ମହାନ୍ତିଙ୍କ ରିପୋର୍ଟ,ଶବ୍ଦ ମିଡିଆ

Leave a Reply

Your email address will not be published. Required fields are marked *