ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡା ସହରର ଚେକାଗୁଡ଼ାଠାରେ ଜେନାସେନା କମିଟି ଦ୍ବାରା ଆୟୋଜିତ ଜେନାସେନା କବାଡି ପ୍ରତିଯୋଗିତା ଆୟୋଜିତ ହୋଇଛି । ମୁଖ୍ୟ ଅତିଥି ଭାବେ ରାୟଗଡାର ବରିଷ୍ଠ ସଙ୍ଗଠକ ୟଲ୍ଲା କୋଣ୍ଡା ବାବୁ, ସମ୍ମାନିୟ ଅତିଥି ଭାବେ ବରିଷ୍ଠ ନେତା ରଘୁମଣ୍ଡଳା କାଶିନାୟିଡୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ବିନାୟକ ପଲେଇ, ଆଇନଜୀବୀ ବିରଜା ପାତ୍ର, ଯୁବ ବିଜେଡ଼ିର ଜିଲ୍ଲା ସମ୍ପାଦକ କେ ଶ୍ରୀନିବାସ, ଛାତ୍ର ବିଜେଡ଼ିର ଜିଲ୍ଲା ସମ୍ପାଦକ ସନ୍ତୁ ବାବୁ, କେସି ପଟ୍ଟନାୟକ ଯୋଗଦେଇଥିଲେ ।
କବାଡି ସଂଘର ମୁଖ୍ୟ ନାଗାରେଡ୍ଡୀ ରବି ଏବଂ ସଂଘର ସମସ୍ତ ସଦସଯ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଜିର ଖେଳ ଅତି ରୋମାଞ୍ଚକର ଥିଲା । ଅତିଥି ବୃନ୍ଦ ଖେଳର ମଜା ନେବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ଭାଇଚାରାର ପ୍ରତୀକ ଏବଂ ଖେଳ ମାଧ୍ୟମରେ ହିଁ ପରସ୍ପର ଭିତରେ ଆତ୍ମୀୟତା ସୃଷ୍ଟି ହୋଇଥାଏ । ଏହି ମହତ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରିଥିବା କମିଟି ସଦସ୍ୟମାନଙ୍କ ପ୍ରତି ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
