ଏସ୍ ସି ଏସ୍ କଲେଜରେ ଏନ୍ ସି ସି ପକ୍ଷରୁ “ଆତ୍ମ ନିର୍ଭର ଭାରତ ଅଭିଯାନ”

ପୁରୀ: ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟ ,ପୁରୀରେ ଆତ୍ମ ନିର୍ଭର ଭାରତ ଅଭିଯାନ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି), ସହିତ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ତଥା କିଛି ପୂର୍ବତନ ଏନ୍.ସି.ସି କ୍ୟାଡେଟ ଭାଗ ନେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ. ମିହିର ପ୍ରସାଦ ମିଶ୍ର ସବୁଜ ପତାକା ଦେଖାଇ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଆତ୍ମନିର୍ଭରଶୀଳ ଭାରତର ପଥରେ ନିଜର ଯୋଗଦାନ କରି ଏକ ଆତ୍ମ ନିର୍ଭରଶୀଳ ରାଷ୍ଟ୍ର ଗଠନ କରିବାର ସ୍ଵପ୍ନକୁ ଦୃଢ କରିବାରେ ଆଜିର ଛାତ୍ର ସମାଜ ଆଗେଇ ଆସି ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ. ଚିତା ରଞ୍ଜନ ଦ୍ବେବେଦି, ପରୀକ୍ଷା ନିୟନ୍ତ୍ରକ ଡ଼ଃ. ସନ୍ଦୀପ କୁମାର ଚାନ୍ଦ, ପରୀକ୍ଷା ଉପ ନିୟନ୍ତ୍ରକ ଡ଼ଃ. ଗୁରୁ ଚରଣ ନାୟକ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ମହାବିଦ୍ୟାଳୟର ଏନ୍.ସି.ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରି ଭାରତ ସରକାରଙ୍କ “ଆତ୍ମ ନିର୍ଭର ଭାରତ ଅଭିଯାନ” କୁ ଆଗେଇ ନେବା ପାଇଁ ଛାତ୍ର ସମାଜ ତଥା କ୍ୟାଡେଟ ମାନଙ୍କୁ ଆହ୍ଵାନ ଦେଇଥିଲେ । ଏଥି ପାଇଁ ଏକ ପଦଯାତ୍ରା ଅଭିଯାନ କରାଯାଇ ସ୍ଥାନୀୟ ଜନତାଙ୍କୁ ଆତ୍ମ ନିର୍ଭର ଭାରତ ଏବଂ ସ୍ଥାନୀୟ ସାମଗ୍ରୀ ବ୍ୟବହାର ଉପରେ ସଚେତନତା କରାଯାଇଥିଲା । ଆତ୍ମ ନିର୍ଭରଶୀଳତା ମୁଖ୍ୟତ ପାଞ୍ଚଟି ଉପାଦାନ ଉପରେ ନିର୍ଭର କରେ – ଅର୍ଥନୀତି, ଚାହିଦା, ଜନସଂଖ୍ୟା, ବ୍ୟବସ୍ଥା ଏବଂ ଗଠନ | ଭାରତର କଳା ଏବଂ ସଂସ୍କୃତିକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ପ୍ରାଚୀନ କାଳରୁ ଭାରତ ଆତ୍ମନିର୍ଭରଶୀଳ ହୋଇଆସୁଛି। ଆତ୍ମନିର୍ଭରଶୀଳ ହେବାର ଅର୍ଥ ହେଉଛି ଦେଶ ପାଇଁ କିଛି କରିବା ପାଇଁ ନିଜକୁ ଏକ ଛୋଟ ଉପାୟରେ କିମ୍ବା ଏକ ବଡ଼ ଉପାୟରେ ଆଗକୁ ବଢାଇବାକୁ ଥିବା କୌଶଳ ବ୍ୟବହାର କରିବାର ସମୟ ଆସିଛି ବୋଲି ଅତିଥିମାନେ ଉପସ୍ଥିତ ଛାତ୍ର ସମାଜକୁ ପରାମର୍ଶ ଦେଇଥିଲେ ।

You May Also Like

More From Author

+ There are no comments

Add yours