ଚୁନାଘାଟିରେ ଓଲଟିଲା ଟ୍ରକ୍‌; ୨ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଚୁନାଘାଟିରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଗାଡ଼ିର ହେଲପର ଓ ଡ୍ରାଇଭର। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିଳମ୍ବିତ ରାତିରେ ଟ୍ରକ୍‌ଟି ଲୁହାପଥର ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ରର ରାଇଘର ଅଭିମୁଖେ ଯାଉଥିଲା। ଏହି ସମୟରେ ଚୁନାଘାଟିରେ ଟ୍ରକଟି ଭାରସାମ୍ୟ ହରାଇ ଘାଟିକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଗାଡ଼ି ଭିତରେ ଚାପି ହୋଇ ରହିଥିଲେ ଚାଳକ ଓ ହେଲପର।

You May Also Like

More From Author

+ There are no comments

Add yours