ତପ୍ତପାଣି କେନାଲରୁ ମିଳିଲା ନିଖୋଜ ଯୁବତୀଙ୍କ ମୃତଦେହ

ଶବ୍ଦ ଓଡିଶା ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗୋବିନ୍ଦପୁର ପଞ୍ଚାୟତ ତପ୍ତପାଣି ପର୍ଯ୍ୟଟନସ୍ଥଳୀ ନିକଟ କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ମାଛ ଧରିବାକୁ ଯାଇଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ, ଏହାପରେ ପୋଲିସକୁ ଜଣାଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଯୁବତୀ ଜଣକ ୪ ତଳେ ନିଖୋଜ ହୋଇଯାଇଥିଲେ ।

ପରିବାର ଲୋକ ତାଙ୍କ ମୃତଦେହ ଚିହ୍ନଟ କରିବା ସହ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You May Also Like

More From Author

+ There are no comments

Add yours