ବିଶ୍ୱକପ ଖେଳିବାକୁ ଭାରତ ଗସ୍ତରେ ଆସିବ ପାକିସ୍ତାନ

ଶବ୍ଦ ଓଡିଶା ବ୍ୟୁରୋ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସିବ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ସରକାରର ମଞ୍ଜୁରୀକୁ ଅପେକ୍ଷା କରିଥିଲା । ତେବେ ବର୍ତ୍ତମାନ ଖବର ଆସିଛି ଶେହବାଜ ସରକାର ନିଜ ଦଳକୁ ଭାରତ ପଠାଇବାକୁ ରାଜି ହୋଇଛି ।
ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏନେଇ ବୟାନ ଜାରିକରିଛି । ଏଥିରେ ସ୍ପଷ୍ଟଭାବେ କୁହାଯାଇଛି ଯେ ବର୍ତ୍ତମାନ ପାକିସ୍ତାନ କ୍ରିକେଟ ଦଳ ବିଶ୍ୱକପ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ । ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭ ହେବ ।

You May Also Like

More From Author

+ There are no comments

Add yours