ପୁରୀ ଜିଲ୍ଲାରେ ବୀମା ପଞ୍ଜିକରଣକୁ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜିଲ୍ଲାରେ ଜାତୀୟ ଫସଲ ବୀମା ନିମନ୍ତେ ଚାଷୀ ପଞ୍ଜିକରଣ ଓ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଫସଲ ବୀମା ଓ ଧାନ ସଂଗ୍ରହ କୃଷି ଓ କୃଷକମାନଙ୍କ ପାଇଁ ସର୍ବାଧିକ ଗୁରୁତ୍ୱ ବହନ କରୁଥିବା ଯୋଜନା ହୋଇଥିବାରୁ ଏହାକୁ ଅତ୍ୟନ୍ତ ନିଷ୍ଠାର ସହ ପରିଚାଳନା କରି ଚାଷୀମାନଙ୍କୁ ସଚେତନ କରାଇ ପଞ୍ଜିକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।

ବିଗତ ବର୍ଷମାନଙ୍କ ଠାରୁ ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ଯେମିତି ଅଧିକ ଚାଷୀ ପଞ୍ଜିକରଣ କରନ୍ତି ସେଥି ପ୍ରତି ଯତ୍ନବାନ ହେବାକୁ ସେ କହିଥିଲେ। ଏହି କାର୍ଯ୍ୟ ଚଳିତ ମାସ ୫ ତାରିଖ ସୁଦ୍ଧା ଜାତୀୟ ଫସଲ ବୀମା ଓ ୧୬ ତାରିଖ ସୁଦ୍ଧା ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ ପୂର୍ଣ୍ଣାଙ୍ଗ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ପୁରୀ ସହକାରୀ ସମବାୟ ନିବନ୍ଧକ ସ୍ୱରୂପ କୁମର କର,ସମବାୟ ବିଭାଗର କ୍ଷେତ୍ର ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ।

You May Also Like

More From Author

+ There are no comments

Add yours